ଭଡ଼ା
ଦେଖଣା
ଭଡ଼ା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭାଟକ)
[ସମ୍ପାଦନା]- ୧. ଗୃହ, ଯାନ ଆଦି ବ୍ୟବହାର କରିବା ନିମନ୍ତେ ଗୃହସ୍ୱାମୀଙ୍କୁ ବା ଯାନସ୍ୱାମୀଙ୍କୁ ଦିଆ ଯିବା ଧନ, (ଯଥା—ଘରଭଡ଼ା; ଗାଡ଼ିଭଡ଼ା) —୧. Hire for use of a house or conveyance.
- ୨. (ଅଶିଷ୍ଟାର୍ଥ) ବିଟପୀ ସ୍ତ୍ରୀର ଅର୍ଜ୍ଜିତ ପାପଧନ —୨. Wages of infamy earned by an adulteress.
- ୩. ଆପଣାର ଦ୍ରବ୍ୟକୁ ଅନ୍ୟ ବ୍ୟକ୍ତି ବ୍ୟବହାର କରିବାର ମୂଲ୍ୟସ୍ୱରୂପ ଦ୍ରବ୍ୟସ୍ୱାମୀକୁ ଧନ ଦେବାର ରୀତି —୩. The system of hire or letting out.
- ୪. ଖଣ୍ଡେ ଗାଡ଼ିରେ ବୋଝାଇ ହୋଇ ପାରିବା ପରିମିତ ବସ୍ତୁ —୪. A cart- load of things.
- ୫. ଏକା ହପ୍ପାକେ ଚାଲିବା ବାଟ ବା ଦୂରତ୍ୱ; ଭେରା —୫. Distance walked by a person at one stretch.
- ପାହୁଣ୍ଡ —୬. Step; foot-step; pace.
(ଉ—ଦୁଃଶାସନର ତ ନାହିଁଟି କିଛି ବୀଡ଼ା, ପଳାଇଲା ପଛକୁ କାଢ଼ି କରି ଭଡ଼ା କୃଷ୍ଣସିଂହ. ମହାଭାରତ. ବିରାଟ)
- ୭. ରେଳ ଆଦିରେ ଯିବା ବ୍ୟକ୍ତିର ଦେୟ ଧନ —୭. Fare for travelling in rail or ship.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ବହୁ ପରିମିତ —୧. In large quantity.
- ୨. ଗାଡ଼ିପରିମିତ —୨. cart-loadds of.
(ଯଥା—ତିନି ଭଡ଼ା କାଠ ଆଣିବ)
- ୩. ଭଡ଼ା ଲାଗିବାରେ ବ୍ୟବହୃତ —୩. Let out on hire.
(ଯଥା—ଭଡ଼ା ବଗି; ଭଡ଼ା ଗାଡ଼ି; ଭଡ଼ା ବସା)
[ଦ୍ରଷ୍ଟବ୍ୟ — ଘର ବା ଯାନାଦିର ବ୍ୟବହାର ପାଇଁ ଗୃହସ୍ୱାମୀକୁ ଭୂସ୍ୱାମୀକୁ ଦିଆଯିବା ଧନକୁ ଖଜଣା କୁହାଯାଏ କୌଣସି ବ୍ୟକ୍ତିର ପରିଶ୍ରମଦ୍ୱାରା ଉପକୃତ ବ୍ୟକ୍ତି ପରିଶ୍ରମକାରୀ ବ୍ୟକ୍ତିକୁ ଦେବା ଦନ (ଦୈନିକ ରେଟରେ ମୂଲ ବା ମଜୁରି ଏବଂ ମାସିକ ରେଟରେ ଦରମା ବୋଲାଯାଏ)]
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -
[ସମ୍ପାଦନା]ପାଦଚିହ୍ନ —Foot-mark.