ଭଡ଼ୁଆ
ଦେଖଣା
ଭଡ଼ୁଆ
ଉଚ୍ଚାରଣ
[ସମ୍ପାଦନା](ଭାଡ଼ୁଆ—ଅନ୍ୟରୂପ)
ଭାଡ଼ୋଇ, ଭାଡ଼ୋଈସ୍ତ୍ରୀ
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ପୁ (ସଂସ୍କୃତ - ଭଣ୍ଡରୁ ବାସଂସ୍କୃତ - ଭଟ=ପାମରସଂସ୍କୃତ - ଭୁଟ୍ ଧାତୁ =ଭଡ଼ା ଗ୍ରହଣ କରିବା (ଇଂରାଜୀ - ବଅଡ଼୍ bawd) ସହିତ ତୁଳନା କର)
[ସମ୍ପାଦନା]- ୧. ବର୍ଣ୍ଣସଙ୍କର ଜାତିବିଶେଷ —୧. A hybrid caste.
[ଦ୍ରଷ୍ଟବ୍ୟ —ବେଶ୍ୟାମାନଙ୍କର ଜାତି, ଯେଉଁମାନେ ବେଶ୍ୟାକୂଳରେ ଜନ୍ମ ହୁଅନ୍ତି ସେମାନଙ୍କଦ୍ୱାରା ଏହି ଜାତି ଗଠିତ ଏହି ସାମାଜରେ ଅନ୍ୟ ସମାଜ ପରି ଗୃହସ୍ଥ ଓ ଗୃହିଣୀ ଅଛନ୍ତି ଏହି ଜାତିମାନେ ତେଲିଙ୍ଗୀ ବାଜା ବଜାନ୍ତି ଓ ବେଶ୍ୟାମାନଙ୍କ ସଙ୍ଗେ ବାଜା ବଜାଇ ଜୀବିକାର୍ଜନ କରନ୍ତି ରାଜପୁତାନାରେ ଭଗତ ବା ଭଗତିୟ ନାମକ ଏକ ଜାତି ଅଛନ୍ତି; ଏମାନେ ବୈଷ୍ଣବ ସାଧୁଙ୍କ ସନ୍ତାନ ଥିବାର କହନ୍ତି ଏ ଜାତିର ସ୍ତ୍ରୀମାନେ ନର୍ତ୍ତକୀ ଓ ବେଶ୍ୟାବୃତ୍ତି କରନ୍ତି ଓ ପୁରୁଷମାନେ ନର୍ତ୍ତକୀ— ମାନଙ୍କୁ ବେଶ କରାନ୍ତି ଓ ତାଙ୍କ ସଙ୍ଗେ ବାଦ୍ୟ ବଜାନ୍ତି ହିନ୍ଦୀ - ଶ.]
- ୨. ନର୍ତ୍ତକୀ ବେଶ୍ୟାମାନଙ୍କ ସଙ୍ଗେ ବାଜା ବଜାଇବା ବ୍ୟକ୍ତି; ମାଦେଳିଆ; ବେଶ୍ୟାର ପୋଷ୍ୟ ବ୍ୟ୍ୟକ୍ତି; ଭାର୍ଦା —୨. A musician or player of music attached to a party of dancing girls.
- ୩. ଅତି ନିର୍ଲ୍ଲଜ ବ୍ୟକ୍ତି —୩. A shameless creature.
- ୪. ଯେଉଁ ବ୍ୟକ୍ତି ପୁରୁଷମାନଙ୍କୁ ବେଶ୍ୟା ବା ପର— ସ୍ତ୍ରୀ ଯୋଗାଏ —୪. A panderer; a bawd.
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ନିର୍ଲ୍ଲଜ; ଅଲାଜୁକ —୧. Shameless.
- ୨. ନୀଚ —୨. Low; mean.
- ୩. ଯେ ଜାରକୁ ପର— ସ୍ତ୍ରୀ ଯୋଗାଏ —୩. Bawdy; pandering.
- ୪. ରଣ୍ଡୀ— ବାଜ୍; ନିର୍ଲ୍ଲଜ୍ଜଭାବେ ବେଶ୍ୟାସକ୍ତ —୪. Habitually and shamelessly attached to prostitutes.