Jump to content

ଭଣଜା

ଉଇକିଅଭିଧାନ‌ରୁ

ଭଣଜା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]
(ଭଣଜା ବୋହୂ—ସ୍ତ୍ରୀ) 

(ଭାଣିଜୀ ଭାଣିଜୀ, ଭାଣିଞ୍ଜୀ—ବିପରୀତ ଲିଙ୍ଗ)

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (ସଂସ୍କୃତ - ଭଗିନୀଜ)

[ସମ୍ପାଦନା]

ଭାଗିନେୟ; ଭଉଣୀର ପୁଆ —Sister's son.

(ଉ—ଶକୁନି ବୋଇଲେ ଭଣଞ୍ଜା କହ ଯାହା —କୃଷ୍ଣସିଂହ ମହାଭାରତ ବନ)

[ଦ୍ରଷ୍ଟବ୍ୟ —ଶାସ୍ତ୍ର ଅନୁସାରେ ଆପେ ଯେଉଁ ପିତୃଲୋକଙ୍କୁ (ପିତୃପିତାମହ ଓ ପ୍ରପିତାମହ) ପିଣ୍ଡ ଦେବ, ଆପଣାର ଭଣଜା ମଧ୍ୟ ସେହି ମାନଙ୍କୁ (ଭଣଜାର ମାତାମହ, ପ୍ରମାତାମହ ଓ ବୁଦ୍ଧ— ପ୍ରମାତାମହରୂପେ) ପିଣ୍ଡ ଦେବ ଏପରି ସ୍ଥଳରେ ଭଣଜା—ଦ୍ୱାରା ମାମୁଁର ପିତୃଲୋକେ ପିଣ୍ଡ ପାଆନ୍ତି ଏଥିଲାଗି ସେ ମାମୁଙ୍କ କୁଳନନ୍ଦନ ଅଟେ ଏ ଭଣଜାର ଦୋଷ ମାମୁଁ ଧରନ୍ତି ନାହିଁ ଓ ଭଣଜାକୁ ମାମୁଁ ଖୁବ୍ ଆଦର କରନ୍ତି ଏଠାରେ ଗୋଟିଏ ବିଷୟ ଉଲ୍ଲେଖକ ଅଛି ଯେ ମାତା— ମହଙ୍କର ପୁତ୍ର ପୌତ୍ରାଦି ନ ଥିଲେ ଦୌହିତ୍ର (ଝିଅର ପୁଅ) ସମ୍ପତ୍ତିର ଅଧିକାରୀ ହୁଅନ୍ତି କିନ୍ତୁ ମାମୁଙ୍କ ସମ୍ପତ୍ତିରେ ପୂର୍ବେ ଭଣଜା ଉତ୍ତରାଧିକାରୀ ହେଉ ନ ଥିଲେ; ଏବେ ନୂତନ ଆଇନ ହୋଇଅଛି ଯେ ମାମୁଙ୍କ ସମ୍ପତ୍ତିରେ ହିନ୍ଦଶାସ୍ତ୍ର ଅନୁସାରେ ଭଣଜା ବାରସ ହୋଇ ପାରିବ]