ଭଣିବା
ଦେଖଣା
ଭଣିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ଭଣ୍ ଧାତୁ)
[ସମ୍ପାଦନା]- ୧. ବୋଲିବା; କହିବା — ୧. To speak.
(ଉ—ହଂସ ସେ ସୁଲକ୍ଷଣୀ ମୁଖକୁ ସେକ୍ଷଣି, ଚାହିଁ ନର ପରି ବଚନ ଦେଲା ଭଣି— କୃଷ୍ଣସିଂହ ମହାଭାରତ ବନ
- ୨. ଗୀତ ରଚନା କରି ସମାପ୍ତ କରିବା —୨. To conclude the composing of a song.
- ୩. ଉଚ୍ଚାରଣ କରିବା — ୩. To utterr.
(ଉ—କ୍ଷଣେ ହେଲେ ନାମକୁ ନ ଭଣେ ମୁଁ ତୁମ୍ଭର ହେ—କବିସୂର୍ଯ୍ୟ ଚମ୍ପୂ)
- ୪. (କବି) ଗୀତ ଶେଷରେ ଆପଣାର କିମ୍ୱା ଅନ୍ୟ ବ୍ୟକ୍ତିର ନାମ ରଚକରୂପେ ସଂଯୋଗ କରିବା —୪. To embody one's name or the name of another person in the concluding lines of a song.
[ଦ୍ରଷ୍ଟବ୍ୟ —ରାଜସଭାର କବିମାନେ ନିଜେ ଗୀତ ବା ପଦ୍ୟ ରଚନା କରି ଆପଣାର ନାମରେ ନ ଭଣି ଉକ୍ତ ରାଜାଙ୍କ ନାମରେ ଭଣିତା କରିବାର ଦେଖାଯାଇଥାଏ ଉଦାହରଣ଼ ସ୍ୱରୂପ କିଶୋରଚନ୍ଦ୍ରାନନ୍ଦ ଚମ୍ପୂକୁ କବିସୂର୍ଯ୍ୟ ବଳଦେବ ରଥ ରଚନା କରିଥଲେ କିନ୍ତୁ ତଦାନୀନ୍ତନ ଅଷ୍ଟଦୁର୍ଗର ଅଧିପ ବାଲୁଙ୍କେଶଦେବ ଭୂପଙ୍କ ନାମରେ ଭଣିତା କରିଥିଲେ ଉତ୍କଳ ସାହିତ୍ୟର ଆଧୁନିକ ଯୁଗରେ ପଦ୍ୟ ଓ ଗଦ୍ୟ ସାହିତ୍ୟର ଆଧୂନିକ "କବିସୂର୍ଯ୍ୟ" ଓ "କବି ଯଶଃପ୍ରାର୍ଥୀ" ଅଷ୍ଟଦୂର୍ଗ ନାଥମାନଙ୍କର ଉଦାହରଣ ବିରଳ ନୁହେ]