Jump to content

ଭଣ୍ଡାରୀ

ଉଇକିଅଭିଧାନ‌ରୁ

ଭଣ୍ଡାରୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]
(ଭଣ୍ଡାରୁଣୀ—ସ୍ତ୍ରୀ) 

ଦେଶଜ - ବି—(ସଂସ୍କୃତ - ଭଣ୍ଡାରୀ)

[ସମ୍ପାଦନା]
୧. ଭଣ୍ଡାରରକ୍ଷକ ଭୃତ୍ୟ; ସର— ଘରିଆ —୧. A store keeper; a steward.
୨. (ସଂସ୍କୃତ - ଭଣ୍ଡ= ଧୂର୍ତ୍ତ, ନାପିତମାନେ ଧୂର୍ତ୍ତଥିବା ପ୍ରସିଦ୍ଧ; କିମ୍ୱା ସଂସ୍କୃତ - ଭାଣ୍ଡ=ନାପିତର ଖୁର ଧାର)—ନାପିତ; କ୍ଷୌରକାର; ବାରିକ — ୨. Barber.

[ଦ୍ରଷ୍ଟବ୍ୟ —ଏମାନେ କନାମୁଠିଆ ଓ ଚମ— ମୁଠିଆ ଏହି ଦୁଇ ଶ୍ରେଣୀରେ ବିଭକ୍ତ, ଚମମୁଠିଆମାନେ ଉଚ୍ଚତର ଓ କନାମୁଠିଆ ବା ହାଟୁଆମାନେ ନିମ୍ନତର ଭଣ୍ଡାରିମାନେ ଗ୍ରମସେବକ ଅଟନ୍ତି ଏମାନେ କ୍ଷୌର କର୍ମ କରନ୍ତି, ଗ୍ରାମବାସୀଙ୍କ ବନ୍ଧୁଙ୍କ ଘରକୁ ବୋଝ ଓ ବେଭାର ନେଇ ଯାଆନ୍ତି, ସାଆନ୍ତଙ୍କ ସଙ୍ଗେ ବିଦେଶକୁ ଚାକରରୂପେ ଯାଆନ୍ତି ଏମାନେ ଗ୍ରାମବାସୀଙ୍କ ସେବାର ପାରିଶ୍ରମିକ ସ୍ୱରୂପ ହେତା ଜମି ବା ବରତନ ପାନ୍ତି ସେବା ନିମନ୍ତେ ଭଣ୍ଡାରିମାନେ ନିଜ ନିଜ ମଧ୍ୟରେ ଗ୍ରାମ ବାଣ୍ଟି ନେଇ ଥାନ୍ତି ଏଥିପାଇଁ ଢଗ ଅଛି; "ଗାଁ କାହାର ? ନାଁ ଧୋବା ଭଣ୍ଡାରୀ ବୋଲନ୍ତି ଆମର ଆମର" ଉତ୍ସବାଦିରେ ଆଗତ ବନ୍ଧୁ— ମାନଙ୍କୁ ଚର୍ଚ୍ଚା କରିବାର ଭାର ଭଣ୍ଡାରୀ ଉପରେ ଭଣ୍ଡାରୁଣୀ ମଧ୍ୟ ଗ୍ରାମର ସ୍ତ୍ରୀମାନଙ୍କ ନଖ କାଟେ, ଗୋଡ଼ରେ ଅଳତା ଦିଏ ଓ ଉତ୍ସବାଦି ସମୟରେ ଗ୍ରାମରେ ହଳଦୀ, ତେଲ, ପୁଠଉ ଆଦି ବାଣ୍ଟେ ଢଗରେ ଅଛି ସେ ସମସ୍ତ ଗ୍ରାମବାସୀମାନେ ଦୋଷ କଲେ ଭଣ୍ଡାରୀ ଉପରେ ବାହାରର ଲୋକେ ଦୋଷ ଦେଇଥାଆନ୍ତି ଢଗ ଅଛି "ଗାଁଆ ଯାକ ପଣସ ଖାଇଲେ ଭଣ୍ଡାରି ମୁଣ୍ଡରେ ଅଠା" ଗ୍ରାମରେ ଭଣ୍ଡାରୀ ବିଚାରା ସମସ୍ତଙ୍କ ପାଖେ ଭୃତ୍ୟ ସେଥି ପାଇଁ ଢଗରେ କହନ୍ତି "ମାର୍ ମାର୍ ଭଣ୍ଡାରିଆକୁ ମାର୍" " ଭଣ୍ଡାରି ମାଇପ ସମସ୍ତଙ୍କ ଟାପରା" + + +