ଭଣ୍ଡି
ଦେଖଣା
ଭଣ୍ଡି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଭଣ୍ଡ୍ ଧାତୁ+ଇ)
[ସମ୍ପାଦନା]ବୀଚି; ତରଙ୍ଗ —Wave.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ଭାଣ୍ଡ= ପାତ୍ର, ଏହା ପତ୍ରାକାର ଥିବାରୁ)—ଭୁଣ୍ଡି; ପାଟଫୁଲିର ଅଗରେ ଲାଗିଥିବା ଫୁଲି —୧. Tassels attached to the end of hair-tapes.
- ୨. ସ୍ତ୍ରୀମାନଙ୍କ ଜୁଡ଼ାବନ୍ଧାର ଉପକରଣବିଶେଷ; ଜୁଡ଼ାଇ ମୁଚୂଳା —୨. A pillow-like case used in tying the hair into a chignon.
[ଉ—ରଙ୍ଗ ଭଣ୍ଡି ଭରି ଦିବ୍ୟ ଜୁଡ଼ାକୁ, ସଜାଡ଼ିଲେ ଯୁବା ଜ୍ଞାନବୁଡ଼ାକୁ—ଭଞ୍ଜ. ଲାବଣ୍ୟବତୀ ]
- ୩. ଇଟାକାନ୍ଥରେ ମଧ୍ୟେ ମଧ୍ୟେ ରଖା ଯାଇଥିବା ଗାତ —୩. Holes left in brick walls.
(ଯଥା—ଗୁଣ୍ଡ ବାଜିବା ସ୍ଥାନକୁ ହେଜି, ଭଣ୍ଡିକାଙ୍ଗୁଲା ଅଛନ୍ତି ସାଜି, ଚଣ୍ଡୀ— ପ୍ରସାଦ ଗୁଣ୍ଡକୁ ଖଞ୍ଜି, ଛନ୍ତି ବିଚରି ଯେ—ବ୍ରଜନାଥ. ସମର— ତରଙ୍ଗ )
- ୪. ଶିକାରୀର ମଞ୍ଚାରେ ବା ବାଡ଼ରେ କରା ଯାଇଥିବା କଣା, ଯହିଁ ବାଟେ କି ଶିକାରୀ ବନ୍ଧୁକ ମାରେ ଓ ଶିକାରକୁ ଉଣ୍ଡେ — ୪. Loopholes in the wall of a Machan.
- ୫. କଦଳୀର ଭଣ୍ଡା —୫. The sheath containing the layers of blossomes of plantain.
- ୬. ଅଣ୍ଡିରା ତାଳଗଛକୁ ପୁଷ୍ପ ମଞରୀ —୬ . The piston-shaped flower-pod of a male plam tree.
- ୭. ପଣସର ଡେମ୍ଫକୁ ଲାଗିଥିବା ଲମ୍ୱ ଅଂଶ, ଯେଉଁ ଦଣ୍ଡର ଚାରିଆଡ଼େ ଖୋସା ସଂଲଗ୍ନ ଥାଏ —୭. The stem inside the jackfruit to which are attached seed capsules.