Jump to content

ଭଣ୍ ଭଣ୍

ଉଇକିଅଭିଧାନ‌ରୁ

ଭଣ୍ ଭଣ୍

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

(ଭଣର୍ ଭଣର୍—ଅନ୍ୟରୂପ)

ଦେଶଜ - ଅ. (ଧ୍ୱନ୍ୟନୁକରଣ)

[ସମ୍ପାଦନା]
୧. ବହୁତ ଗୁଡ଼ାଏ ମାଛି ଏକସ୍ଥାନରେ ବେଢ଼ି ଯାଇ ଡ଼େଣାଦ୍ୱାରା କରିବାର ଗଣଗଣ ଶବ୍ଦ —୧. The buzzing sound of a swarm of flies.

(ଉ—କାହାଣ କାହଣ ମାଛି କଟା ଯାଗାରେ ବସିଅଛନ୍ତି ଏବଂ ଘର ସାରା ଭଣଭଣ ହେଉଅଛନ୍ତି —ଫକୀରମୋହନ ଛମାଣ ଆଠଗୁଣ୍ଠ)

୨. ପଚା ପଦାର୍ଥର ତୀବ୍ର ଗନ୍ଧ —୨. Putrid smell.

(ଯଥା— ନଳାମୁହଁ ଭଣଭଣ ଗନ୍ଧଉଛି)

୩. ଯେଉଁ ପଦାର୍ଥ (ଖାଦ୍ୟ, ଘାଆ)ରେ ମାଛି ପଲ ପଲ ହୋଇ ବେଢ଼ି ଭଣଭଣ ଶବ୍ଦ କରୁଥାନ୍ତି —୩. (food or sore) Infested with a swarm of buzzing flies.
୪. ଅତ୍ୟନ୍ତ ଦୁର୍ଗନ୍ଧଯୁକ୍ତ ହୋଇ —୪. With a fœtid smell.

(ଯଥା—ଏ ଘରେ ପିଲାମାନେ ହଗିବାରୁ ଘର ଭଣଭଣ ଗନ୍ଧଉଛି)