Jump to content

ଭତରି

ଉଇକିଅଭିଧାନ‌ରୁ

ଭତରି

ଉଚ୍ଚାରଣ

[ସମ୍ପାଦନା]

(ଭତ୍ତରି, ଭତ୍ରି—ଅନ୍ୟରୂପ)

ପ୍ରାଦେଶିକ - (ବସ୍ତର) ବିଶେଷ୍ୟ -

[ସମ୍ପାଦନା]

ଓଡ଼ିଆ ଭାଷାର ଗୋଟିଏ ପ୍ରାଦେଶିକ ରୂପ —The Bharti dialect; A dialect of the Oriya language spoken by ୨୦୦୦୦ people inhabiting the North Eastern corner of Baster State in C.P.

[ଦ୍ରଷ୍ଟବ୍ୟ — ଏହା ମଧ୍ୟ— ପ୍ରବେଶର ଓଡ଼ିଆ ରାଜ୍ୟ ବସ୍ତରର ଉତ୍ତର—ପୂର୍ବ କୋଣ (ପ୍ରାଚୀନ ଦକ୍ଷିଣ କୋଶଳ) ଅଞ୍ଚଳର ପ୍ରାୟ ୨ ହଜାର ଲୋକଙ୍କର କଥିତ ଭାଷା ଆଶ୍ଚର୍ଯ୍ୟର କଥା, ଏହା ଓଡ଼ିଆ ଅକ୍ଷରରେ ଲେଖା ନ ଯାଇ ଦେବନାଗରୀ ଅକ୍ଷରରେ ଲେଖାଯାଏ ଏ ଭାଷା ମରହଟ୍ଟୀ ଭାଷାଦ୍ୱାରା ପ୍ରଭାବିତ ହୋଇଅଛି ]

[ଦ୍ରଷ୍ଟବ୍ୟ —ଭତରି ଭାଖାର ନୁମନା (ଗ୍ରୀୟରସନ୍ ସାହେବଙ୍କ ଗ୍ରନ୍ଥରୁ ଗୃହୀତ)—କୋନୋ ମନୁଶର ଦୁଇଗୋଟା ବେଟା ରଲା ହଁୟ ଭିତର ସାନ ପୀଲା ବୁବା—କେ ବଲଲା, ୟେ ବୁବା ! ଧନ ଭିତର ଜେ ମୋର ଭାଗ ରଲେ ତୀ—କେ ମୋ—କେ ଦେସ୍ ତେବେ ହଁୟ ହଁୟ—ମନ—କେ ଧନ ବାଁଟ ଦେଲା ଖୁବ ଦିନ ନା ହୋଇ ରଲା, ସାନ ବେଟା ସବ— କେ ଗୌଟକି ଥାନେ ବନାଇ କରି ଦୂରି ଦେଶ ଉଠି ଗଲା ଜେବେ ହଁୟ ସବ୍—କେ ସାରିଲା ତେବେ ହଁୟ ରାଜ—ମେଁ ବହୁତ ଭୁଖ ପଡ଼ଲା ଔର ହଁୟ ଗରିବ ହୋଏଲା ଔର ହଁୟ ପୁରଥୀ କାହାରି ଘରେ ଜାଇ କରି ଗୌଠକର ଘରେ ଥେବଲା ହଁୟ ମନୁଶ ଆପନାର ବେଡ଼ା—ମେ ବର୍ଯା ଚରାୟକେ ପଠାଏଲା ଔର ହଁୟ ଜେ ଗୋଠକେ ବର୍ଯ ଖାୟ ତୋରଲା ତାକେ ଖାଇକରି ପେଟ ଭରବା ଜାଜେ ଖୋଜତେ ରଲା ଔର ତାକେ କୋଇ ନା ଦେତେ ରଲା ତେବେ ତାକେ ବେତ ପଡ଼ିଲା ଔର ହଁୟ ବଲଲା ମୋର ବୁବାଘର କତେକ ଭୁତୋ ଲୋଗର ଖାଇବାର ଠାନେ ବାତସୀ ଆସେ, ଔର ମୈଁ ଭୁଖେ ମରବୀ ଆଚେ ମୈଁ ଉଠିକରି ମୋର ବୁବା ଲଗେ ଜୀବୀ ଔର ତାକେ ବଲକୀ ୟେ ବୁବା ! ଭଗବାନର ଉକୁମ ନା ମାନଲୁଁ ଔର ତମର ପୁରେ ପାପ କରଲା ଫେର ତମର ବେଟା ବଲବାର ଡ଼ୌଲ ନା ଆୟଲା ମୋକେ— ଆପନାର ଭୁତିଆର ଆପନାର ବାପ ଗଲା ତେବେ ହଁୟ ଖୁବେ ଦୂର ରଲା; ତେବେ ତାର ବାପ ତା—କେ ଦେଖ କରି ମୟା କରଲା ଔର ପରାଇ କରି ଟୋଡ଼ା ପୋଟାଇ କରି ଚୁମିଲା ବେଟା ତାକେ ବଇଲା, ବୁବା ! ମୁୟେ ଭଗବାନର ଉକୁମ ନା ମାନଲା ଔର ତୁହ୍ମର ସୁରେ ପାପ କରଲା ଔରି ମୈଁ ତୁହ୍ମର ବେଟା ବୌଲାଏବାର ଡୌଲ ନା ହୌଲା ବୁବା ଆପନାର କବାଡ଼ିରକେ ବଇଲା ସବ—ଲେ ନଗଦ ଫଟଇ ହିଟାଇ କରି ତାକେ ପିଂଧାହା ଔରି ଔରି ତାର ହାତେ ମୁଦୀ ଔର ଦୋଡ଼େ ପହ୍ନଇ ପିନ୍ଧାହା ]

ଓଡ଼ିଆ ଅନୁବାଦ—କୌଣସି ମନୁଷ୍ୟର ଦୁଇଟି ପୁଅ ଥିଲା; ତହିଁ ଭିତରୁ ସାନ କହିଲା; ହେ ବାପ ! ଧନରେ ଯାହା ମୋର ଭାଗ ହୋଉଛି ତାହା ମୋତେଦେଶଜ - ତେବେ ସେ ସେମାନଙ୍କୁ ଧନ ବାଣ୍ଟି ଦେଲା ବେଶି ଦିନ ହୋଇ ନାହିଁ, ସାନ ପୁଅ ସବୁ ଧନକୁ ଗୋଟିଏ ସ୍ଥାନରେ ଜମାଇ ଦୂର ଦେଶକୁ ଗଲା ଯେତେବେଳେ ସେଠାରେ ସବୁ ଧନ ସାରିଲା, ତେବେ ସେ ରାଜ୍ୟରେ ବଡ଼ ଭୋକରେ ରହିଲା ଓ ସେ ଗରିବ ହୋଇଗଲା ଓ ସେ ଦେଶରେ ଜଣକ ଘରେ ଯାଇ ରହିଲା ସେ ମନୁଷ୍ୟ ତାକୁ ଆପଣା ପଡ଼ିଆରେ ଘୁଷୁରି କରାଇବାକୁ ପଠାଇଲା ଏବଂ ଯେଉଁ ଶସ୍ୟକୁ ଘୁଷୁରି ଖାଆନ୍ତି ଓ ତାକୁ ଖାଇ ପେଟ ପୂରାଇ କାମ ଖୋଜିବାକୁ ଲାଗିଲା ଓ କେହି ତାକୁ କିଛି କାମ ଦେଲେ ନାହିଁ ତେବେ ତାକୁ ବ୍ୟସ୍ତ (ଚିନ୍ତା) ହେଲା, ସେ କହିଲା, ମୋ ବାପ ଘରେ କେତେ ମୁଲିଆ ଖାଇ ବଞ୍ଚୁଛନ୍ତି ମୁଁ ଭୋଖରେ ମରୁଅଛି ମୁଁ ଉଠିକରି ମୋ ବାପ ପାଖକୁ ଯିବି ଓ ତାକୁ କହିବି, ହେ ବାପ ! ମୁଁ ଭଗବାନଙ୍କ ହୁକୁମ ନ ମାନିଲି ଓ ତୋଠାରେ ପାପ କଲି ପୁଣି ତୁମ୍ଭର ପୁଅ ବୋଲାଯିବା ଯୋଗ୍ୟତା ମୋର ନ ହେଲା ତାକୁ ଆପଣାର ମୂଲିଆ ତା ବାପ ପାଖକୁ ନେଲା ତେବେ ସେ ଖୁବ୍ ଦୂରରେ ରହିଲା ତେବେ ତା ବାପ ତାକୁ ଦେଖି କରି ମାୟା କଲା ଓ ତାକୁ ତଳୁ ଉଠାଇ ପୋଟାଳି କରି ଚୁମ୍ୱନ କଲା ପୁଅ ତାକୁ କହିଲା, ବାପା ! ମୁଁ ଭଗବାନଙ୍କ ହୁକୁମ ନ ମାନିଲି ଓ ତୁମ୍ଭଠାରେ ପାପ କଲି ଓ ମୁଁ ତୁମ୍ଭର ପୁଅ ବୋଲାଇବାକୁ ଯୋଗ୍ୟ ନ ହେଲି ବାପ ଆପଣା ଚାକରକୁ କହିଲା, ସର୍ବାପେକ୍ଷା ଭଲ ଲୁଗା ଆଣି କରି ତାକୁ ପିନ୍ଧାଅ ଓ ତା ହାତରେ ମୁଦି ଓ ଗୋଡ଼ରେ ପାଣ୍ଢେଇ (ଜୋତା) ପିନ୍ଧାଅ ]