ଭରଣ
ଦେଖଣା
ଭରଣ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଭୃ ଧାତୁ+ଭାବ. ଅନ)
[ସମ୍ପାଦନା]- ୧. ପୂର୍ଣ୍ଣ କରିବା; ପୂରଣ — ୧. Filling up.
- ୨. ପୋଷଣ; ପ୍ରତିପାଳନ — ୨. Maintenance; support.
- ୩. ଧାରଣ — ୩. Holding; bearing.
- ୪. (+ କରଣ ଅନ) ବେତନ —୪. Salary; pay.
- ୫. ମିଶ୍ର ଧାତୁ ବିଶେଷ; ଟହୁ —୫. A mixed metal; bronze.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଶସ୍ୟର ପରିମାଣ ବିଶେଷ —୧. A measure of corn.
[ଦ୍ରଷ୍ଟବ୍ୟ —୧ ଭରଣ=୪ ପୌଟି=୮ ଗଉଣି]
- ୨. ଏକ ଖଣ୍ଡ ଗାଡ଼ିରେ ବୋଝାଇ ହେବା ପରିମାଣ —୨. A cartload.
- ୩. (ପ୍ରାଚୀନ ପଦ୍ୟ) (ଅଳତା ଆଦି) ଲଗାଇବା —୩. Painting. (with lac dye or other dye)
(ଉ— ତଥି ସୁରେଖିତ ଅଳତାଭରଣ ଦେଖିଲେ ଭଞ୍ଜଇ ମନ ପ୍ରାଚୀ. ରହସ୍ୟମଞ୍ଜରୀ)
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]- ୧. ଏକ ଏକର ଭୂମିର ଏକ ପଞ୍ଚମାଂଶ ବା ୨ ଡ଼େସିମିଲ୍ ଜମି — ୧. One-fifth of an acre.
[ଦ୍ରଷ୍ଟବ୍ୟ —ଗଞ୍ଜାମରେ ଏକ ଏକର=୧ ସେଣ୍ଟ୍=୫ ଭରଣ ସ୍ଥାନେ ସ୍ଥାନେ ୨୫: ବା ୩୨: ସେଣ୍ଟରେ ମଧ୍ୟ ଏକ ଭରଣ ଜମି ହୋଇଥାଏ]
- ୨. ଧାନ ଆଦି ଶସ୍ୟର ପରିମାଣ ବିଶେଷ —୨. A measure of corn.
[ଦ୍ରଷ୍ଟବ୍ୟ —୨ ନୌତି=୮ ଗୌଣି=୧ ଭରଣ ସ୍ଥାନେ ସ୍ଥାନେ ୩ ବା ୩୨: ନୌତିରେ ୧ ଭରଣ ହୁଏ]