ଭସେଇବା
ଦେଖଣା
ଭସେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଭସେଇଦେବା—ଅନ୍ୟରୂପ)
ଦେଶଜ - କ୍ରି. ('ଭାସିବା' କ୍ରିୟାର ଣିଜନ୍ତ ରୂପ)
[ସମ୍ପାଦନା]- ୧. କୌଣସି ପଦାର୍ଥକୁ ଜଳରେ ଭାସମାନ କରିବା —୧. To set a thing afloat on Water; to cause a thing to float on water.
- ୨. ନୌକାକୁ ଜଳରେ ଭାସିବା ନିମନ୍ତେ ଛାଡ଼ି ଦେବା ବା ପେଲି ଦେବା —୨. To cause a boat to float on water; to launch a boat.
- ୩. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିର ସର୍ବନାଶ ଘଟାଇବା —୩. (figurative) To cause ruin to a person; to ruin a person.
(ଉ—ନୃପ କୂଳେ ଜନ୍ମି ତପସ୍ୱନୀ ହୋଇ ମୋତେ ନ ଭସାଇ ଦେଲୁ ନନ୍ଦକିଶୋର. ଶର୍ମିଷ୍ଠା)
- ୪. ଜଳ ପ୍ଲାବନଦ୍ୱାରା ଜଳ ସ୍ରୋତାରେ ଦୂରକୁ ନେଇ ଯିବା —୪. To couse to float away by flood water; to drift.
(ଯଥା— —ଗତ ପୂର୍ବ ବର୍ଷ କାଠଯୋଡ଼ି ନଇବଢ଼ି ଅନେକ ଘର ଭସାଇଲା)
- ୫. ପ୍ଲାବିତ କରିବା —୫. To flood; to inundate.
(ଯଥା— ସେ ଲୁହାରେ ଛାତିକୁ ଭସାଇଲାଣି)