ଭାଗବତ

ଉଇକିଅଭିଧାନ‌ରୁ

ଭାଗବତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷଣ - (ଭଗବତ୍=ଭଗବାନ୍+ଭକ୍ତ ଅର୍ଥେ. ଅ)[ସମ୍ପାଦନା]

୧. ଭଗବାନଙ୍କଠାରେ ଭକ୍ତିଯୁକ୍ତ —୧. Devo ted to God.
୨. ଧାର୍ମିକ —୨. Pious; god fearing.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ବିଷ୍ଣୁଭକ୍ତ —୧. A devotee of Bishṇu.
୨. ଈଶ୍ୱରପ୍ରେମିକ —୨. A lover of God.
୩. ଭାଗବତମତାଲମ୍ୱୀ ଦାର୍ଶନିକ — ୩. A philosopher holding the views or theories propounded by the Bhāgabata.
୪. ଭଗବାନ (ଶ୍ରୀକୃଷ୍ଣଙ୍କ)ଙ୍କ ଲୀଳା, ମାହାତ୍ମ୍ୟ ଓ ଭକ୍ତି ସମ୍ୱନ୍ଧରେ ବ୍ୟାସଙ୍କଦ୍ୱାରା ପ୍ରଣୀତ ପ୍ରସିଦ୍ଧ ସଂସ୍କୃତ ପଦ୍ୟ ଗ୍ରନ୍ଥ (ଏହା ୧୨: ସ୍କନ୍ଧରେ ବିଭକ୍ତ) —୪. A religious poem in sanskrit in ୧୨ volumes depicting the life of Ṡrīkṛushṇa and other theological matters.

[ଦ୍ରଷ୍ଟବ୍ୟ — ଏହି ମୂଳ ସଂସ୍କୃତ ଗ୍ରନ୍ଥକୁ ଅବଲମ୍ୱନ କରି ପ୍ରାଚୀନ ଓ ଆଧୁନିକ ଓଡ଼ିଆ କବିମାନେ ପଦ୍ୟରେ ଭାଗବତ ରଚନା କରି ଅଛନ୍ତି ତହିଁ ମଧ୍ୟରେ ଜଗନ୍ନାଥ ଦାସଙ୍କ ଭାଗବତ ପ୍ରଧାନ ହିନ୍ଦୁଙ୍କ ଧର୍ମଗ୍ରନ୍ଥମାନଙ୍କ ମଧ୍ୟରେ ଓଡ଼ିଆ ଭାଗବତ ପ୍ରତି ଲୋକ ସାଧାରଣଙ୍କର ଖୁବ୍ ଆଦର ଦେଖାଯାଏ ପ୍ରତ୍ୟେକ ମଧ୍ୟବିତ୍ତ ଓଡ଼ିଆ ହିନ୍ଦୁ ଗୃହସ୍ଥ ଆପଣା ଘରେ ଗୋଟିଏ ଗାଦି କରି ସେଥିରେ ଭାଗବତ ଗ୍ରନ୍ଥ ରଖି ତାକୁ ପୂଜା କରନ୍ତି ଏବଂ ଉକ୍ତ ଗାଦିରେ ଅନ୍ୟ ଗ୍ରନ୍ଥମାନ ଥିଲେ ମଧ୍ୟ ତାହାକୁ 'ଭାଗବତ ଗାଦି' ବୋଲାଯାଏ ପ୍ରତ୍ୟେକ ବିଶିଷ୍ଟ ଓଡ଼ିଆ ଗ୍ରାମରେ ମଧ୍ୟ ଗୋଟିଏ ସାଧାରଣ ଗୃହରେ 'ଭାଗବତ ଗାଦି' ରଖାଯାଇ ପୂଜା କରାଯାଏ ସେ ଘରକୁ ଭାଗବତ ଘର ବା ଭାଗବତ ଟୁଙ୍ଗୀ କୁହାଯାଏ ପ୍ରତି ପୁରୁଣା ଗ୍ରାମରେ ବିଶେଷତ ଶୁଦ୍ର ପ୍ରଧାନ ଗ୍ରାମର 'ଭାଗବତ ଘର' ପ୍ରତି ବିଶେଷ ଆଦର ଥିବାର ଦେଖାଯାଏ ସେଠାରେ ସନ୍ଧ୍ୟା— ବେଳେ ଭାଗବତ ବୋଲାଯାଏ ଏବଂ ଗ୍ରାମର ଲୋକେ, ବିଶେଷତଃ ବୁଢ଼ାମାନେ, ଭାଗବତ ଶୁଣିବାକୁ ସେଠାରେ ରୁଣ୍ଡ ହୁଅନ୍ତି ଭାଗବତ ଗାଦିରେ ଥିବା ଭାଗବତ ଗ୍ରନ୍ଥକୁ ଦେବତା ଜ୍ଞାନରେ 'ଭାଗବତ ଗୋସାଇଁ' ବୋଲାଯାଏ ଗ୍ରାମରେ ମାରୀଭୟ ଆଦି ଉପସ୍ଥିତ ହେଲେ ଲୋକେ 'ସପ୍ତାହ ଭାଗବତ' ବସାନ୍ତି, ଅର୍ଥାତ୍ ଅହୋରାତ୍ର ସାତ ଦିନ ପାଳି କରି ଭାଗବତ ବୋଲନ୍ତି ଏବଂ ଶେଷ ଦିନ 'ଭାଗବତ— ଗୋସାଇ'ଙ୍କୁ ନାନା ପ୍ରକାର ସାମଗ୍ରୀ ମହା ସମାରୋହରେ ଭୋଗ ଲଗାଇ ଲୋକସାଧାରଣଙ୍କୁ ବାଣ୍ଟି ଦିଅନ୍ତି ଭାଗବତ ଗ୍ରନ୍ଥ ପାଠର ସମାପ୍ତିକୁ ଭାଗବତ ବଢ଼ା ବୋଲାଯାଏ ଚୈତ୍ର ପୂର୍ଣ୍ଣିମୀ ରାତ୍ରୀରେ ନାନା ସ୍ଥାନରୁ ଭାଗବତ ଗାଦିମାନ ବିମାନମାନଙ୍କରେ ଅଣା ଯାଇ ସ୍ଥାନେ ସ୍ଥାନେ ଭାଗବତ ମେଳନ ଉତ୍ସବ କରାଯାଏ]

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -[ସମ୍ପାଦନା]

ଲୋକଙ୍କୁ ଦିଆଯିବା ନାମ —A name given to males.