Jump to content

ଭାଲିଆ

ଉଇକିଅଭିଧାନ‌ରୁ

ଭାଲିଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭଲ୍ଲାତକ)

[ସମ୍ପାଦନା]
୧. ଆମ୍ରଦି ବର୍ଗର ମଧ୍ୟମାକୃତ ତରୁବିଶେଷ ଓ ତହିଁର ଫଳ —୧. Marking nut; Semicarpus Anacardium.

[ଦ୍ରଷ୍ଟବ୍ୟ —ଏହାର କାଠ କୋମଳ, ପତତ୍ରର ନିମ୍ନପୃଷ୍ଠ ଲୋମଶ, ପ୍ରାୟ ଶାଖାଗ୍ରରେ ପତ୍ର ଥାଏ, ବସନ୍ତକାଳରେ ପତ୍ର ଝଡ଼େ; ଫଳ କୃଷ୍ଣ ବା ଆରକ୍ତ କୃଷ୍ଣବର୍ଣ୍ଣ, ଫଳର ନିମ୍ନ ଦେଶରେ ନାରଙ୍ଗ ବର୍ଣ୍ଣ ଆମ୍ୱ ପରି ଆକୃତବିଶିଷ୍ଟ ସ୍ଥୂଳ ବୃନ୍ତ ଥାଏ ଓ ତହିଁର ମଞ୍ଜି ପୋଡ଼ି କରି ମନୁଷ୍ୟ ଖାଆନ୍ତି ଫଳର ରସ ଦେହରେ ଲାଗିଲେ ଘାଆ ହୁଏ; ଏପରି କି, ଝାଡ଼ା ଫେରିବା ଯାଗାରେ ସେ ଫଳକୁ କାଟି କରି ପକାଇଲେ ପୋଖରି ବସିବା ଲୋକର ମଳଦ୍ୱାରରେ ଘାଆ ହୋଇଯାଏ ଚୂନପାଣି ସଙ୍ଗେ ଏ ପଳର ରସକୁ ମିଶାଇ ଧୋବାମାନେ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ଲୁଗା ଚିହ୍ନିବା ପାଇଁ କଳାଦାଗ ଲଗାନ୍ତି ଭାଲିଆ ଦୁଇପ୍ରକାର; କଳା ଭାଲିଆ, ଲଙ୍କା ଭାଲିଆ]

୨. ସ୍ତନର ରୋଗବିଶେଷ — ୨. A disease of woman's breast,

ପ୍ରାଦେଶିକ - (ଗଞ୍ଜାମ)

[ସମ୍ପାଦନା]

ଲଙ୍କାଆମ୍ୱ —Cashew nut.