Jump to content

ଭାସ୍କର ପଣ୍ଡିତ

ଉଇକିଅଭିଧାନ‌ରୁ

ଭାସ୍କର ପଣ୍ଡିତ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ନାଗପୁରର ମର୍ହଟ୍ଟା ରାଜା ରଘୁଜୀ ଭୋଁସ୍ଳାଙ୍କ ଦେବାନ୍ —Name of the minister of the Marahatta king Raghuji Bhonsla.

[ଦ୍ରଷ୍ଟବ୍ୟ —ଏ ବଙ୍ଗର ନବବ୍ ଆଲିବର୍ଦ୍ଧି ଖାଁଙ୍କ ସମୟରେ ବଙ୍ଗ ଆକ୍ରମଣ କରି ନବାବଙ୍କୁ ପରାସ୍ତ କରି ବଙ୍ଗର ପ୍ରସିଦ୍ଧ ଧନୀ ଜଗତ୍ ସେଠଙ୍କ ଘର ଲୁଟି ଟଙ୍କା ନେଇଗଲେ ନବାବ୍ ପେଶବାଙ୍କ ଶରଣାପନ୍ନ ହେବାରୁ ପେଶବାଙ୍କ ଅନୁରୋଧରେ ଭାସ୍କର ବଙ୍ଗଳା ତ୍ୟାଗ କଲେ (ଖ୍ରୀ ୧୭୪୨: ) ପରେ ପୁଣି ଭାସ୍କର ବଙ୍ଗ ଆକ୍ରମଣ କରି ନଗର ଓ ଗ୍ରାମମାନ ଲୁଣ୍ଠନ କଲେ ଏହୁ ଉପଦ୍ରବ 'ବର୍ଗୀମାନଙ୍କ ଅତ୍ୟାଚାର' ବୋଲି ଇତିହାସ ପ୍ରସିଦ୍ଧ ଶେଷରେ ଆଲିବର୍ଦ୍ଧି ଖାଁ ଗୁପ୍ତ ଘାତକ ନିଯୁକ୍ତି କରି ଭାସ୍କରଙ୍କୁ ହତ୍ୟା କଲେ ଏଥିରେ ରଘୁଜୀ ଭୋଁସ୍ଳା କ୍ରୁଦ୍ଧ ହୋଇ ବଙ୍ଗଦେଶକୁ ବାରମ୍ୱାର ଆକ୍ରମଣ କଲେ ଏଥିରୁ ରକ୍ଷା ପାଇବା ପାଇଁ ୧୭୫୧: ଖ୍ରୀଷ୍ଟାବ୍ଦରେ ନବାବ୍ ରଘଜୀଙ୍କୁ ଓଡ଼ିଶା ଛାଡ଼ି ଦେଲେ ଓ ବଙ୍ଗର ଚୌଥ ପରିବର୍ତ୍ତେ ବାର୍ଷିକ ୧୨: ଲକ୍ଷ ଟଙ୍କା ରଘୁଜୀଙ୍କୁ ଦେବାକୁ ଅଙ୍ଗୀକାର କଲେ ସୁବଳଚନ୍ଦ୍ର]