ଭିକ୍ଟୋରିୟା
ଭିକ୍ଟୋରିୟା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ବୈଦେଶିକ - ବିଶେଷ୍ୟ - (ଇଂ) ନାମ
[ସମ୍ପାଦନା]ସ୍ୱର୍ଗୀୟା ପୁଣ୍ୟଶ୍ଳୋକା ଭାଗତେଶ୍ୱରୀ ଶ୍ରୀମତୀ ମହାରାଣୀ —The late Queen Victoria, Empress of India.
[ଦ୍ରଷ୍ଟବ୍ୟ —ଜନ୍ମ ଖ୍ରୀ ୧୮୧୯: , ସିଂହାସନାରୋହଣ ଖକ୍ରୀ ୧୮୩୭: , ବିବାହ ୧୮୪: , ସ୍ୱର୍ଗଲାଭ ଖ୍ରୀ ୧୯୧: ଇଂଲଣ୍ଡର ରାଜା ୪ର୍ଥ ଉଇଲିଆମ୍ଙ୍କ ଭ୍ରାତୁଷ୍ପୁତ୍ରୀରୂପେ ଏ ଇଂଲଣ୍ଡ ସିଂହାସନ ଅଧିକାର କଲେ ଜର୍ମାନୀର ସାକ୍ସେକୋବର୍ଗ୍ ଓ ଗୋଥାର ପ୍ରିନ୍ସ ଆଲବର୍ଟଙ୍କ ସହିତ ଏହାଙ୍କର ବିବାହ ହେଲା ଓ ଏହାଙ୍କର ୪ ପୁତ୍ର ଓ ୫ କନ୍ୟା ଲାଭ ହୋଇଥିଲା ପ୍ରଥମ ପୁତ୍ର ଯୁବରାଜ ଏଡ଼୍ୱାର୍ଡ଼ ୭ମ ଏଡ଼୍ୱାର୍ଡ଼ ରୂପେ ଖ୍ରୀ ୧୯୧:ରେ ଇଂଲଣ୍ଡର ରାଜା ଓ ଭାରତ ସମ୍ରାଟ ହୋଇଥିଲେ ଓ ୭ମ ଏଡ଼୍ୱାର୍ଡ଼ଙ୍କ ଦ୍ୱିତୀୟ ପୁତ୍ର ପ୍ରିନ୍ସ ଜର୍ଜ ୫ମ ଜର୍ଜରୂପେ ବର୍ତ୍ତମାନ ଇଂଲଣ୍ଡର ରାଜା ଓ ଭାରତ ସମ୍ରାଟ ଅଟନ୍ତି ଭାରତର ସିପାହୀ ବିଦ୍ରୋହର ପର ବର୍ଷ (ଖ୍ରୀ ୧୮୫୮: ରେ) ମହାରାଣୀ ଭାରତର ଶାସନଭାର ସ୍ୱୟଂ ଗ୍ରହଣ କଲେ ତଦୁପଲକ୍ଷରେ ସେ ଘୋଷଣା କଲେ ଯେ ଭାରତୀୟ ପ୍ରଜା ମାନେ ବ୍ରିଟିଶ୍ ପ୍ରଜାଙ୍କ ସମାନ ଅଧିକାର ପାଇବେ ଓ ସେମାନଙ୍କର ଯୋଗ୍ୟତା ଥିଲେ ଜାତି ଧର୍ମ ନିର୍ବିଶେଷରେ ସବୁ ପ୍ରଜା ରାଜକାର୍ଯ୍ୟରେ ନିଯୁକ୍ ହୋଇ ପାରିବେ ଏହାଙ୍କ ଅମଳରେ ଏହାଙ୍କ ଜ୍ୟୋଷ୍ଠ, ଦ୍ୱିତୀୟ ଓ କନିଷ୍ଠପୁତ୍ରମାନେ ଓ ଯୁବରାଜଙ୍କ ଜ୍ୟୋଷ୍ଠପୁତ୍ର ଭାରତ ଆଗମନ କରିଥିଲେ ୧୮୭୭: ସାଲରେ ମହାରାଣୀ ଭାରତେଶ୍ୱରୀ ଉପାଧୀ ଧାରଣ କଲେ ଏହାଙ୍କ ରାଜତ୍ୱ ୫ ବର୍ଷ ପୂରିବାରୁ ଖ୍ରୀ ୧୮୮୭:ରେ ସର୍ଣ୍ଣ ଜୁବିଲୀ ଉତ୍ସବ ଓ ୬ ବର୍ଷ ପୂରିବରୁ ୧୮୯୭: ସାଲରେ ହୀରକ ଜୁବିଲୀ ଉତ୍ସବ ପାଳିତ ହୋଇଥିଲା ଏହାଙ୍କ ପରି ୬୪: ରାଜତ୍ୱ କରିବା କ୍ୱିଚିତ୍ ଅନ୍ୟ ରାଜାଙ୍କ ଭାଗ୍ୟରେ ଘଟିଛି ଏହାଙ୍କ ଦୀର୍ଘ ରାଜତ୍ୱ କାଳରେ ଭାରତରେ ଓ ବ୍ରଟେନରେ ଅନେକ ଉନ୍ନତି ଘଟିଥିଲା, ଓ ବ୍ରଟିଶ ସାମ୍ରାଜ୍ୟରେ ଅନେକ ଦେଶ ଭୂକ୍ତ ହୋଇ ଥିଲା ଏହାଙ୍କ ସମୟରେ ରେଳ ଓ ଟେଲିଗ୍ରାଫ୍ ପ୍ରତିଷ୍ଠା ହେଲା, ସୁଏଜ କେନାଲ ଖୋଳା ଗଲା ଓ ନାନା କ୍ଷେତ୍ରରେ ବହୁ ପ୍ରତିଷ୍ଠାପନ୍ନ ମହାପୁରୁଷଙ୍କ ଆବିର୍ଭାବ ହୋଇଥିଲା— ସୁବଳଚନ୍ଦ୍ର]