Jump to content

ଭିଡ଼ା

ଉଇକିଅଭିଧାନ‌ରୁ

ଭିଡ଼ା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୀଡ଼୍ ଧାତୁ)

[ସମ୍ପାଦନା]
୧. ଭିଡ଼ିବା; କସି କରି ଟାଣିବା ବା ଓଟାରିବା —୧. Pulling or dragging tightly.
୨. ଦୃଢ଼ବନ୍ଧନ; କସି କରି ବାନ୍ଧିବା — ୨. Binding tightly.
୩. ସ୍ତ୍ରୀଲୋକଙ୍କ ଜୁଡ଼ାରେ ବନ୍ଧାଯିବା ଧଡ଼ିଆ —୩. A tape tied tightly round a chignon.
୪. ଗାଢ଼ା ଲିଙ୍ଗନ —୪. A tight embrace.

[ଉ—ଅଭିନବ କ୍ରିଡ଼ା, କାଳେ ଗାଢ଼ ଭିଡ଼ା, ଅନୁଭବରୁ ତ, ଲଭୁଥିବ ବ୍ରୀଡ଼ା କବିସୂର୍ଯ୍ୟ. ସଙ୍ଗୀତ ]

୫. ଚାପିବା — ୫. Pressing.
୬. (ସଂସ୍କୃତ - ବହୁତର) ପୁଞ୍ଜ; ସମୂହ —୬. Multitude.

[ ଉ—ସଗର ପୁତ୍ରଙ୍କର ପାଇ କରି ପୀଡ଼ା, ବ୍ରହ୍ମାଙ୍କୁ ଜଣାଇଲେ ତିନିଲୋକ ଭିଡ଼ା କୃଷ୍ଣସିଂହ. ମହାଭାରତ. ବନ ]

୭. ଚଳୁଥିବା ନୌକାର ବା ସବାରିଆଦିର ଗତି ସ୍ଥଗିତ କରିବା —୭. Stopping the motion of a moving conveyance.