ଭିତରପୂଜା
ଦେଖଣା
ଭିତରପୂଜା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭିତରପୂଜା
|
ଦେଶଜ - ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ - ଅଭ୍ୟନ୍ତର+ପୂଜା)
[ସମ୍ପାଦନା]ଦୂର୍ଗାଙ୍କର ଶରତ୍— କାଳିନ ଷୋଡ଼ଶ ଦିନ ବ୍ୟାପୀ ପୂଜନର ଆରମ୍ଭ (ଆଶ୍ୱିନ କୃଷ୍ଣ ଅଷ୍ଟମୀ) ଠାରୁ ନବପତ୍ରିକା ପୂଜାର
ଆରମ୍ଭ (ଆଶ୍ୱିନ ଶୁକ୍ଳ ସପ୍ତମୀ) ପର୍ଯ୍ୟନ୍ତ ଦୁର୍ଗାଙ୍କର ପୂଜା — The worship of the Goddess Durgā for ୧୬ days beginning from the ୮th of the dark fortnight of Āṡwina to the ୮th of the bright fortnight, both inclusive.
[ ଦ୍ର—ଦୂର୍ଗାଙ୍କର ଷୋଳ ଦିନ ବ୍ୟାପୀ ଶାରଦୀୟ ପୂଜନ ଆଶ୍ୱିନ କୃଷ୍ଣ ଅଷ୍ଟମୀଠାରୁ ଆରବ୍ଧ ହୋଇ ଆଶ୍ୱିନ ଶୁକ୍ଳ ନବମୀରେ ସମାପ୍ତ ହୁଏ; ନବ ଦିନ ବ୍ୟାପୀ ପୂଜନ ଆଶ୍ୱିନ ଶୁକ୍ଳ ପ୍ରତିପଦାଠାରୁ ଆରବ୍ଧ ହୋଇ ଶୁକ୍ଳ ନବମୀରେ ସମାପ୍ତ ହୁଏ; ତ୍ରିଦିନ ବ୍ୟାପୀ ବା ନବପତ୍ରିକା ପୂଜା ଶୁକ୍ଳ ସପ୍ତମୀରେ ଆରବ୍ଧ ହୋଇ ନବମୀରେ ସମାପ୍ତ ହୁଏ ଏହି ଷୋଳ ଦିନ ମଧ୍ୟରୁ ବା ନଅ ଦିନ ମଧ୍ୟରୁ ପ୍ରଥମ ୧୩: ଦିନ ବା ୬ ଦିନ ପ୍ରତିମାଙ୍କୁ ମନ୍ଦିର ମଧ୍ୟରେ ପୂଜା କରାଯାଏ ଏହି ପୂଜାକୁ ଭିତର ପୂଜା କହନ୍ତି ଶୁକ୍ଳ ସପ୍ତମୀଠାରୁ ଶୁକ୍ଳ ନବମୀ ପଯ୍ୟନ୍ତ ଯେଉଁ ପୂଜାହୁଏ ତାକୁ ବାହାର ପୂଜା ବୋଲାଯାଏ; କାରଣ, ଏହି ୩ ଦିନ ଦୁର୍ଗାଙ୍କରର ଘଟକୁ ବା ମୃଣ୍ମୟୀ ମୂର୍ତ୍ତିକୁ ମନ୍ଦିରର ବାହାରେ ଅନ୍ୟ କୌଣସି ସ୍ଥାନରେ ସ୍ଥାପିତ କରାଯାଇ ପୂଜା କରାଯାଏ ]