Jump to content

ଭି(ଏ)ଇବା

ଉଇକିଅଭିଧାନ‌ରୁ

ଭି(ଏ)ଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ବିଧାନ)

[ସମ୍ପାଦନା]
୧. ଭେଇବା; ଘଟାଇବା — ୧. To cause to happen.
୨. ବିଧାନ ଘଟିବାର ଉପାୟ କରିବା; ଫଳରେ ଘଟାଇବା — ୨. To bring about; to result in.

(ଉ—ଧିକ ଏ ରୂପକୁ ଏହି ସିନା ଦେବି ! ଭିଆଲିଆ ଯେତେ କଳି ରାଧାନାଥ. ପାର୍ବତୀ)

୩. ସୃଷ୍ଟି କରିବା —୩. To creat.

(ଉ—ମେଘାଗମେ ଯହିଁ ପୃଷ୍ଟିତ କଦମ୍ୱେ ଶିଖଣ୍ଡ ତାଣ୍ଡବ ରଙ୍ଗ, ଦେଖି ଆସୁଥିଲେ ପ୍ରତେ ଇନ୍ଦ୍ରଜାଲ ଭିଆଇଛି କି ଅନଙ୍ଗ ରାଧାନାଥ. ଯଯାତି)

୪. ସମ୍ପାଦନ କରିବା —୪. To perform.
୫. ଯୋଗାଡ଼ କରିବା —୫. To arrange.

(ଉ—ଆଜ୍ଞା ଦେବ ଯେବେ, ମଣୋହ ସଞ୍ଚା ଊଆଇବି ତେବେ ପ୍ରାଚୀ. ପ୍ରତାପ, ଶଶିସେଣା)

୬. ଜାତ କରିବା —୬. To produce; to bring forth.
୭. ନିର୍ମାଣ କରିବା — ୭. To build.

(ଉ—ଗଙ୍ଗା ଯମୁନା ମଧ୍ୟ ପୁର, ଭିଆଇ ରହି ପୃଥୁ ବୀର ଜଗନ୍ନାଥ. ଭାଗବତ)

୮. ସୂତପାତ ବା ଆରମ୍ଭ କରିବା —୮. To being a work; to commence.
୯. ଅର୍ଜନ କରିବା —୯. To earn.
୧. ସଂଗ୍ରହ କରିବା —୧୦. To gather.
୧୧. ସୂତ୍ରପାତ କରିବା —୧୧. To lay the foundation of.