ଭୀମ
ଭୀମ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଭୀ ଧାତୁ+ଅପାଦାନରେ ମ; ଯାହାଠାରୁ ଭୟ ପ୍ରାପ୍ତ ହୁଏ)
[ସମ୍ପାଦନା]- ୧. ପ୍ରଚଣ୍ଡ — ୧. Violent.
- ୨. ଭୀଷଣ; ଭୟଙ୍କର; ଭୟାନକ — ୨. Terrible; terrific.
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ମହାଦେବ; ଶିବ — ୧. Ṡiba.
- ୨. (ବିଷ୍ଣୁ ସହସ୍ର ନାମୋକ୍ତ) ବିଷ୍ଣୁଙ୍କର ନାମାନ୍ତର — ୨. A name of Bishṇu.
- ୩. ଦ୍ୱିତୀୟ ପାଣ୍ଡବ — ୩. The second Pāṇḍaba brother.
[ଦ୍ରଷ୍ଟବ୍ୟ —ଏ ବାୟୁଙ୍କ ସଂଯୋଗରେ କୁନ୍ତୀଙ୍କ ଗର୍ଭରୁ ଜନ୍ମିଥିଲେ ଏ ଯୁଧିଷ୍ଠିରଙ୍କ ଠାରୁ ସାନ ଓ ଅର୍ଜୁନଙ୍କଠାରୁ ବଡ ଥିଲେ ଏହାଙ୍କର ଓ ଦୁର୍ଯ୍ୟାଧନଙ୍କର ଏକହିଁ ଦିବସରେ ଜନ୍ମ ହୋଇଥିଲା ଦୁର୍ଯ୍ୟାଧନ ଈର୍ଷାରେ ଏହାଙ୍କୁ ଥରେ ବିଷ ଲଡୁ ଖୁଆଇ ବାନ୍ଧି କରି ପାଣିରେ ପକାଇ ଦେଲେ, ପାଣିରେ ନାଗ ଦଂଶନ କରିବାରୁ ତାଙ୍କଠାରୁ ବିଷଲଡୁକ ବିଷ ଉତୁରି ଗଲା ଗଦା ଯୁଦ୍ଧରେ ଭୀମ ଖୁବ ପାରଙ୍ଗମ ଥିଲେ ଏ ହିଡିମ୍ୱ ରାକ୍ଷସକୁ ବଧ କରି ତା ଭଗ୍ନୀ ହିଡିମ୍ୱାକୁ ବିବାହ କରିଥିଲେ ଓ ତାଙ୍କ—ଠାରେ ଘଟୋତ୍କଚ ଜନ୍ମ ହୋଇଥିଲେ ଅଜ୍ଞାତବାସ ସମୟରେ ଏ ବଲ୍ଲବ ନାମ ଗ୍ରହଣ କରି ବିରାଟ ରାଜାଙ୍କ ସୂପକାର କର୍ମ କରୁ ଥିଲେ ସଭାରେ ଦ୍ରୌପଦୀଙ୍କୁ ବିବସ୍ତ୍ରା କରାଇବାକୁ ଚେଷ୍ଟାକରି ଦୁର୍ଯ୍ୟେଧନ ତାଙ୍କୁ ନିଜର ଜଘଂରେ ବସାଇବାକୁ କହିବାରୁ ଦୁର୍ଯ୍ୟେଧନଙ୍କର ଜଘଂକୁ ଭାଙ୍ଗିବାକୁ ଏ ପ୍ରତିଜ୍ଞା କରି ମହାଭାରତ ଯୁଦ୍ଧରେ ତାହାହିଁ କରିଥିଲେ ଦୁର୍ଯ୍ୟେଧନଙ୍କୁ ଓ ତାଙ୍କ ଭାଇମାନଙ୍କୁ ଯୁଦ୍ଧରେ ହତ କରି ଦ୍ରୌପଦୀଙ୍କୁ ଅନ୍ତଃ ପୁରରୁ ଟାଣି ଆଣିଥିବା ଦୁଃଶାସନଙ୍କର ରକ୍ତ ଏ ପିଇଥିଲେ ମହାପ୍ରସ୍ଥାନ ସମୟରେ ସହଦେବ, ନକୁଳ ଓ ଅର୍ଜୁନଙ୍କ ମୃତ୍ୟୃ ପରେ ଏହାଙ୍କର ମୃତ୍ୟୃ ହୋଇଥିଲା]
- ୪. ବିଦର୍ଭରାଜ; ଦମୟନ୍ତୀଙ୍କ ପିତା, ଭୀମସେନ —୪. Name of the father of Damayantī.
[ଦ୍ରଷ୍ଟବ୍ୟ —ଏହାଙ୍କର ୩ ପୁତ୍ର, ଦମ, ଦାମ ଓ ଦମନ, ଏବଂ ଏକ କନ୍ୟା ଦମୟନ୍ତୀ ଥିଲେ]
- ୫. ଦାନବ— ବିଶେଷ —୫. Name of a demon.
- ୬. ଗନ୍ଧର୍ବବିଶେଷ — ୬. Name of a heavenly chorister.
- ୭. କାବ୍ୟରେ ଭୟାନକ ରସ; ନବରସ ମଧ୍ୟରୁ ଏକତମ ୭. The sentiment of terror in literature.
- ୮. ମହର୍ଷି ବିଶ୍ୱାମିତ୍ରଙ୍କ ପୂର୍ବ ପୁରୁଷ ଓ ପୁରୁଭବାଙ୍କ ପୌତ୍ର —୮. Grandson of Purūrabā.
- ୯. କୁମ୍ଭ— କର୍ଣ୍ଣଙ୍କର ପୁତ୍ର; ରାବଣ ସେନାପତି —୯. The son of Kumbhakarṇṇa.
ଦେଶଜ - ବିଶେଷ୍ୟ - ପୁଂ.
[ସମ୍ପାଦନା]- ୧. ମନୁଷ୍ୟଙ୍କୁ ଦିଆଯିବା ନାମ —୧. A name given to males.
- ୨. ପ୍ରାଚୀନ ଜଳଯାନବିଶେଷ — ୨. Name of a species of ancient sea—going vessel.
(ଦ୍ର— ଭୋଜ ରାଜାଙ୍କ 'ଯୁକ୍ତି କଳ୍ପତରୁ' ଗ୍ରନ୍ଥ ଦ୍ରଷ୍ଟବ୍ୟ ଜଗବନ୍ଧୁ ପ୍ରାଚୀନ ଉତ୍କଳ)
(ଉ—ଭୀମବଳ କୋରନ୍ତାଙ୍କୁ ଜଣା—ଢଗ =ଭୀମଙ୍କ ସାମର୍ଥ୍ୟ କୁନ୍ତୀଙ୍କୁ ଜଣା; ପୁତ୍ରର ସାମର୍ଥ୍ୟ ମାତାଙ୍କୁ ଜଣା —A proverb meaning "One's strength or prowess is known to his own people".
- ୨. ପହିଲି ବାଜୀ ଭୀମ ହାରେ—ଢଗ=(ଶତଶୃଙ୍ଗ ପର୍ବତର ଶାପଫଳପେ ମହାଭାରତୋକ୍ତ ଯୁଦ୍ଧମାନଙ୍କରେ ଭୀମ ପ୍ରଥମବାର ହାରି ଶେଷବାର ଜିଣିଥିବା ଉପାଖ୍ୟାନରୁ) ବଳୁଆ ଲୋକ ପ୍ରଥମ ଥର ହାରିଯାଏ, ପ୍ରଥମର ଥର ହାରିବା କିଛି ନୁହେଁ ଶେଷ ଯେ ହାରେ ଓ ଜିତେ ତାହାହିଁ ପ୍ରକୃତ ହାର କି ବୋଲି ବିବେଚିତ ହୁଏ —୨. A proverb meaning "Final victory is the real victory")