ଭୀଷ୍ମ

ଉଇକିଅଭିଧାନ‌ରୁ

ଭୀଷ୍ମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଭୀ ଧାତୁ=ଭୟ ପାଇବା+ଅପାଦାନ ମ; ଷ ଆଗମ)[ସମ୍ପାଦନା]

ଭୀଷଣ —Terrible.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ରାକ୍ଷସ — ୧. A demon.
୨. ଶିବ —୨. Ṡiba.
୩. ଗାଙ୍ଗେୟ; ଶାନ୍ତନୁ ରାଜାଙ୍କ ପୁତ୍ର (ଏହାଙ୍କର ମାତା ଗଙ୍ଗା) — ୩. The son of king Sāntanu by the Ganges.

[ଦ୍ରଷ୍ଟବ୍ୟ —କୁରୁଦେଶର ରାଜା ଶାନ୍ତନୁ ଗଙ୍ଗା ଦେବୀଙ୍କୁ ଏହି ସର୍ତ୍ତରେ ବିବାହ କରିଥିଲେ ଯେ ଗଙ୍ଗା ନିଜର ଇଚ୍ଛା ଅନୁସାରେ କାର୍ଯ୍ୟ କରିବେ ଓ ଶାନ୍ତନୁ ତାଙ୍କୁ ନିଷେଧ କରି ପାରିବେ ନାହିଁ; ନିଷେଧ କଲେ ଗଙ୍ଗା ଶାନ୍ତନୁଙ୍କୁ ତ୍ୟାଗ କରି ଚାଲିଯିବେ ଶାନ୍ତନୁଙ୍କ ଔରସରେ ଗଙ୍ଗାଙ୍କର ସାତଟି ପୁତ୍ର ଜନ୍ମିଲେ ଓ ଜନ୍ମ ହେବା କ୍ଷଣି ଗଙ୍ଗା ଉକ୍ତ ଶିଶୁମାନଙ୍କୁ ନେଇ ପାଣିକୁ ଫିଙ୍ଗି ଦେଉଥିଲେ ଅଷ୍ଟମ ପୁତ୍ର 'ଦେବବ୍ରତ'ଙ୍କୁ ଗଙ୍ଗା ପାଣିକୁ ଫିଙ୍ଗି ଦେବାକୁ ଗଲାବେଳେ ଶାନ୍ତନୁ ତାଙ୍କୁ ନିଷେଧ କରି ଉଗାଳି ସେ କୁମାରଙ୍କୁ ରକ୍ଷା କଲେ ଏଥିରେ ଗଙ୍ଗାଦେବୀ ବିବାହ— କାଳୀନ ସର୍ତ୍ତ ଅନୁସାରେ ଶାନ୍ତନୁଙ୍କୁ ତ୍ୟାଗ କରି ଚାଲି ଗଲେ ଓ ଶାନ୍ତନୁ ଏ ଶିଶୁକୁ ପାଳିଲେ ପରେ ନିମ୍ନଲିଖିତ 'ଭୀଷ୍ମ ପ୍ରତିଜ୍ଞା' ଯୋଗୁଁ ଦେବବ୍ରତଙ୍କର ନାମ 'ଭୀଷ୍ମ' ହେଲା ଗଙ୍ଗା ଶାନ୍ତନୁଙ୍କୁ ତ୍ୟାଗ କରି ଯିବା ପରେ ଶାନ୍ତନୁ ଧୀବର— ରାଜଙ୍କର କନ୍ୟା ସତ୍ୟବତୀ ବା ଯୋଜନଗନ୍ଧାଙ୍କ ରୂପରେ ମୋହିତ ହୋଇ ତାହାଙ୍କୁ ବିବାହ କରିବାକୁ ଇଚ୍ଛା କଲେ, କିନ୍ତୁ ରାଜାଙ୍କର ବିବାହିତା ପତ୍ନୀ ଗଙ୍ଗାଙ୍କ ଗର୍ଭଜାତ ପୁତ୍ର ଭୀଷ୍ମ ପରେ ରାଜା ହେବେ ଓ ଧୀବରରାଜକନ୍ୟାଙ୍କ ଗର୍ଭଜାତ ପୁତ୍ର ରାଜା ହେବେ ନାହିଁ, ଏହି ଆଶଙ୍କାରେ ଧୀବରରାଜ ଆପଣା କନ୍ୟାଙ୍କୁ ଶାନ୍ତନୁଙ୍କୁ ପ୍ରଦାନ କରିବାକୁ କୁଣ୍ଠିତ ହେଲେ ଭୀଷ୍ମ ଏହା ଶୁଣିପାରି ଧୀବରରାଜଙ୍କ ନିକଟରେ ଉପସ୍ଥିତ ହୋଇ କହିଲେ ଯେ ଆପଣଙ୍କ କନ୍ୟାଙ୍କ ଗର୍ଭଜାତ ସନ୍ତାନ ରାଜା ହେବେ, ମୁଁ ରାଜା ହେବି ନାହିଁ ବୋଲି ପ୍ରତିଜ୍ଞା କରୁଅଛିଧୀବରରାଜ କହିଲେ ତୁମେ ସିନା ରାଜା ହେବ ନାହିଁ, କିନ୍ତୁ ତୁମ ପୁତ୍ରପୌତ୍ରାଦିତ ରାଜଗାଦି ଦାବୀ କରିବେ ଏହା ଶୁଣି ଭୀଷ୍ମ ପ୍ରତିଜ୍ଞା କଲେ ଯେ ମୁଁ ଆପଣଙ୍କର ଏ ଆଶଙ୍କା ଦୁର କରିବା ନିମନ୍ତେ ଚିରକୁମାର— ବ୍ରତ ଅବଲମ୍ୱନ କରିବି ଏହି ପ୍ରତିଜ୍ଞା କରି ଧୀବରରାଜଙ୍କ ଠାରୁ ତାଙ୍କ କନ୍ୟାଙ୍କୁ ଜନନୀ ବୋଲି ସଂବୋଧନ କରି ଆଣି ଭୀଷ୍ମ ପିତାଙ୍କୁ ସମର୍ପଣ କଲେ ସେହି ପ୍ରତିଜ୍ଞା ଅନୁସାରେ ଭୀଷ୍ମ ଚିରକୌମାରବ୍ରତ ଧାରଣ କଲେ ଏଥିପାଇଁ ଅଟଳ ପ୍ରତିଜ୍ଞାକୁ ଭୀଷ୍ମପ୍ରତିଜ୍ଞା ବୋଲାଯାଏ ଭୀଷ୍ମ ଅପୁତ୍ରକ ଥିଲେ; ତାଙ୍କୁ କିଏ ପିଣ୍ଡ ଦେବ ବୋଲି କେହି ପଚାରିବାରୁ ସେ କହିଲେ ସଂସାରର ସମସ୍ତ ଲୋକେ ମୋ ପୁଅ ଓ ମତେ ପିଣ୍ଡ ଦେବେ ଏଥିପାଇଁ ମାଘ ଶୁକ୍ଳ ଅଷ୍ଟମୀଦିନ ପ୍ରତ୍ୟେକ ହିନ୍ଦୁ ଗୃହସ୍ଥ ଭୀଷ୍ମଙ୍କ ପାଇଁ ଶ୍ରାଦ୍ଧ କରନ୍ତି ଶାନ୍ତନୁଙ୍କର ଦ୍ୱିତୀୟ ପତ୍ନୀ ସତ୍ୟବତୀଙ୍କ ଗର୍ଭରୁ ଚିତ୍ରାଙ୍ଗଦ ଓ ବିଚିତ୍ରବୀର୍ଯ୍ୟ ନାମକ ଦୁଇ ପୁତ୍ର ଜାତ ହେଲେ ଚିତ୍ରାଙ୍ଗଦ ଏକ ଗନ୍ଧର୍ବଦ୍ୱାରା କୁମାର ଅବସ୍ଥାରେ ହତ ହେଲେ ଓ ବୀଚିତ୍ରବୀର୍ଯ୍ୟ କାଶୀରାଜଙ୍କର ୩ କନ୍ୟାଙ୍କୁ ବିବାହ କଲେ; କିନ୍ତୁ ନିଃସନ୍ତାନ ହୋଇ ମରିବାରୁ ସତ୍ୟବତୀଙ୍କ ଆଦେଶକ୍ରମେ ପରାଶରଙ୍କ ଔରସ ସତ୍ୟବତୀଙ୍କ କାନୀନ ପୁତ୍ର ବେଦବ୍ୟାସଙ୍କଦ୍ୱାରା ବିଚିତ୍ରବୀର୍ଯ୍ୟଙ୍କର ଦୁଇ ବିଧବାଙ୍କ ଗର୍ଭରୁ ଧୃତରାଷ୍ଟ୍ର ଓ ପାଣ୍ଡୁ ଜନ୍ମଗ୍ରହଣ କଲେ ଏ ଜଣେ ମହାବୀର ଥିଲେ ଏବଂ ମୃତ୍ୟୁ ଏହାଙ୍କର ଇଚ୍ଛାଧୀନ ଥିଲା ଏ କୌରବମାନଙ୍କ ପକ୍ଷରେ ଯୁଦ୍ଧ କରୁଥିଲେ ଦଶଦିନ ଯୁଦ୍ଧ ପରେ ପାଣ୍ଡବମାନେ ଗୋଟିଏ କୌଶଳ କରି ଏହାଙ୍କ ହସ୍ତରୁ ଶର ଖସାଇ ପକାଇଲେ ଏବଂ ଅର୍ଜ୍ଜୁନଙ୍କ ଶରଦ୍ୱାରା ଏ ପୋତି ହୋଇ— ଯିବା ପରି ହେଲେ ଅର୍ଜ୍ଜୁନ ଏତେ ଶରଦ୍ୱାରା ଏହାଙ୍କ ଦେହରୁ ବିଦ୍ଧ କଲେ ଯେ ସେହି ଶରମାନ ଭୀଷ୍ମଙ୍କ ଦେହତମାମ ଆଚ୍ଛନ କଲେ ଉକ୍ତ ଶରମାନ ଦେହରେ ଲାଗିଥିବା ଅବସ୍ଥାରେ ଭୀଷ୍ମ ସେହି ଶରଶଯ୍ୟାରେ ଶୋଇ ରହିଲେ; କିନ୍ତୁ ସେ ସମୟରେ ମରିବାର ପୁଣ୍ୟକାଳ ଉପସ୍ଥିତ ହୋଇ ନ ଥିବାରୁ ସେ ପ୍ରାଣତ୍ୟାଗ କଲେ ନାହିଁ ଯୁଦ୍ଧ ଶେଷରେ ମାଘ ଶୁକ୍ଳ ଅଷ୍ଟମୀଦିନ ଆପଣାର ଇଚ୍ଛା ଅନୁସାରେ ପ୍ରାଣତ୍ୟାଗ କଲେ; ଶରଶଯ୍ୟାରେ ଶୋଇଥିବା ଅବସ୍ଥାରେ ସେ ଯୁଧିଷ୍ଠିରଙ୍କୁ ବହୁମୂଲ୍ୟବାନ ଉପଦେଶମାନ ଦେଇଥିଲେ ମହାଭାରତର ଗୋଟିଏ ପର୍ବ 'ଭୀଷ୍ମପର୍ବ' ନାମରେ ଖ୍ୟାତ]

ଦେଶଜ - ବିଶେଷ୍ୟ - (ସଂ ଭୀଷ୍ମ=ଭୟଙ୍କର କିମ୍ୱା ବିଷମ)[ସମ୍ପାଦନା]

ଭୀଷମ ବା ବିଷମ; ମହାନଦୀ ଓ ଅନ୍ୟ ପର୍ବତ ସଙ୍କୁଳ ନଦୀମାନଙ୍କ ଶଯ୍ୟାରେ ଉପରକୁ ବାହାରିଥିବା ବଡ଼ ବଡ଼ ପଥର ବା ପାହାଡ଼ ଖଣ୍ଡମାନ —Block of stones and boulbers in the beds of rocky rivers, which raise their heads over the surface of water.

[ଦ— ଏମାନଙ୍କ ମଧ୍ୟରୁ ନଦୀର ଜଳ

ମଧ୍ୟରେ କେତେକ ବୁଡ଼ିଥାଆନ୍ତି ଓ କେତେକ ପାଣି ଉପରକୁ ଉଠିଥାଆନ୍ତି ନୌକା ଚାଳନ ପକ୍ଷରେ ଏମାନ ଅତି ଭୟଙ୍କର, ଏବଂ ଏହି ଭୀଷ୍ମମାନଙ୍କ ଉପରେ ଅନେକ ଡଙ୍ଗା ମାଡ ଥାଏ ଉପଯୁକ୍ତ ପ୍ରବୀଣ ନୌଚାଳକ ବା କଢ ଆଳଙ୍କ ବିନା ସାହାଯ୍ୟରେ ଏ ଭୀଷ୍ମସଂକୁଳ ନଦୀଶଯ୍ୟାକୁ ଟପି ଆସିବା ନୌକା ପକ୍ଷରେ ସହଜ ନୁହେଁ; ସମ୍ୱଲପୁରଠାରୁ ବୌଧ ପର୍ଯ୍ୟନ୍ତ ମହାନଦୀର ଶଯ୍ୟା ଏହି ଭୀଷମମାନଙ୍କରେ ପୂର୍ଣ୍ଣ ନଈର ପୂର୍ଣ୍ଣ ବଢିବେଳେ ଏ ଭୀଷମମାନ ଅଧିକାଂଶ ପାଣି ତଳେ ବୁଡି ରହିଥାଆନ୍ତି; କିନ୍ତୁ ନଈର ଅଧା ବଢିସମୟରେ ଏହି ଭୀଷମମାନଙ୍କରେ ଜଳସ୍ରୋତ ବାଜି ଭୀଷଣ ଆନ୍ଦୋଳନ ସୃଷ୍ଟି କରେ ଓ ଡଙ୍ଗାମାନଙ୍କୁ ଖୁବ ସାବଧାନତା ସହକାରେ ନ ଚଳାଇଲେ ଡଙ୍ଗାମାନ ଏଥିରେ ମାଡ ଖାଇ ଚୁନ ହୋଇଯାଏ]