ଭୁଆଁସୁଣୀ
ଦେଖଣା
ଭୁଆଁସୁଣୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ସ୍ତ୍ରୀ (ସଂସ୍କୃତ - ବହୁସୁନୀ=ବହୁବାର ପୁଷ୍ପବତୀ; ତୁଳ. ସଂସ୍କୃତ - ବଧୁ+ସୂନୁ କେହି କେହି କହନ୍ତି ଏହା ବହାସିନୀ ବା ସୁବାସିନୀର ଅପଭଂଶ, କିନ୍ତୁ ଏହା ଠିକ ବୋଧ ହେଉ ନାହିଁ; ପରନ୍ତୁ ହିନ୍ଦୀରେ ଏହି ଅର୍ଥରେ ବହାସିନ ଶଦ୍ଦର ବ୍ୟବହାର ଅଛି)
[ସମ୍ପାଦନା]- ୧. ନବବଧୂ; କୂଳ ଭୁଆସୁଣୀ; କୁଳବଧୂ —୧. A newly wedded wife; the daughter-in-law of a family.
(ଉ—ଆଠଗଡ ବଇରାଣୀ, ଶୁଖିଲା ନଡିଆ ପଇଡ ପାଣି, ବୁଢୀକାଳେ ଭୁଆସୁଣୀ—ଗଞ୍ଜାମର ଢଗ)
- ୨. କୁଳ ଯୁବତୀ — ୨. A young housewife.
- ୩. ବଧୁ; ବୋହୁ — ୩. Daughter—in-law.
(ଉ— କୁଳ ଭୁଆସୁଣୀ ଦାଣ୍ଡରେ ଉଭା—ଢଗ; ବହୁ ଭୁଆସୁଣୀଏ ବାସୀ ପାଇଟିରେ ଲାଗିଯାନ୍ତି ଫକୀରମୋହନ, ଛ ମାଣ ଆଠଗୁଣ୍ଠ)
- ୪. ଏକ ପ୍ରକାର ଜଙ୍ଗଲି ଗଛ —୪. Name of a wild tree.
[ଦ୍ରଷ୍ଟବ୍ୟ —ଏହା ଗୋଟିଏ ଜଙ୍ଗଲି ଗଛ ଏ ଗଛର ନାମ ସେହ୍ନା ବା ସେନ୍ନା ଏହାର ବିସ୍ତୃତି ଜଙ୍ଗଲ ସମ୍ୱଲପୁର, ରେଢାଖୋଲ, ବାମଣ୍ଡା ଆଦିରେ ଅଛି କଟକ ନିକଟସ୍ଥ ମହାନଦୀ ଶଯ୍ୟାରେ ମହାନଦୀର ବଢିଦ୍ୱାରା ଭାସି ଆସିଥିବା ଗୋଟିଏ ବୀଜରୁ ଗୋଟିଏ ଗଛ ଉଠିଅଛି ଲୋକେ ଏହାକୁ ଭୁଆସୁଣୀ ଗଛ ବୋଲି ଡାକନ୍ତି କିନ୍ତୁ ସ୍ଥାନୀୟ ଲୋକେ କହନ୍ତି ଯେ ଏ ଗଛକୁ କେହି ଚିହ୍ନି ପାରନ୍ତି ନାହିଁ; କିନ୍ତୁ ପ୍ରକୃତରେ ଏହା 'ସେନ୍ନା' ନାମକ ବୃକ୍ଷ ଅଟେ (ଶ୍ରଦ୍ଧେୟ ଶ୍ରୀ ଶଶିଭୂଷଣ ରାୟଙ୍କଠାରୁ ଗୃହୀତ)
- ୫. ଚିଲିକାରେ ଥିବା ଏକ ଜାତିର ମାଛ — ୫. A kind of fish (in the Chilka lake).
- ୬. ରାତିରେ ବିକଟ ଚିତ୍କାର କରିବା ଏକପ୍ରକାର ପକ୍ଷୀ — ୬. A species of hoarsely screeching bird.
- ୭. ଜଳଜୀବ ବିଶେଷ; ଶିଶୁମାର —୭. A kind of aquatic animal; Gangetic porpoise.