Jump to content

ଭୁଇଁଆଁ

ଉଇକିଅଭିଧାନ‌ରୁ

ଭୁଇଁଆଁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ଭୁୟାଁ, ଭୁଇଆଁ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭୂମିଜ, ଭୂମିକ)

[ସମ୍ପାଦନା]
୧. ଓଡ଼ିଶା ଗଡ଼ଜାତର ଅନାର୍ଯ୍ୟ ଜାତିବିଶେଷ —୧. A wild caste of hillmen of Orissa.

[ଦ୍ରଷ୍ଟବ୍ୟ —ଏମାନେ ନାଗଫେଣୀ, ପବନବଂଶୀ, ପାହାଡ଼ୀ, ଆସମାନି ଏହିପରି ୪ ଭିନ୍ନ ସଂପ୍ରଦାୟରେ ବିଭକ୍ତ ଓଡ଼ିଶାରେ ମଧ୍ୟ ଭୁୟାଁ ପଦର ପ୍ରଚଳନ ଅଛି ଚଷା ଓ ଓଡ଼ ଶ୍ରେଣୀୟ ଲୋକଙ୍କର ଏପରି ପଦ୍ଧତି ଅଛି ଏମାନେ ସମୟରେ ସୈନିକଶ୍ରେଣୀଭୁକ୍ତ ହୋଇ ଯୁଦ୍ଧ କରୁଥିଲେ ବାଲେଶ୍ୱର ଅଞ୍ଚଳରେ ଏମାନଙ୍କ ସଂଖ୍ୟା ବେଶୀ—ଜଗବନ୍ଧୁ ପ୍ରାଚୀନ ଉତ୍କଳ]

୨. ଗଡ଼ଜାତର ଅପୂଜା ଦେବତା— ବିଶେଷ —୨. A sylvan Deity.
୩. କେନ୍ଦୁଝରର ଆଦିମ ଭୁମ୍ୟଧିକାରୀ ଜାତିବିଶେଷ —୩. A class of aboriginal land owners in the State of Keonjhar.

[ଦ୍ରଷ୍ଟବ୍ୟ —କେନ୍ଦୁଝରର ଭୁୟାଁମାନେ ପୂର୍ବେ ରାଜା ନିର୍ବାଚନ କରୁଥିଲେ ଅଦ୍ୟାବଧି ମଧ୍ୟ କେନ୍ଦୁଝରର ରାଜାଙ୍କୁ ଭୁୟାଁମାନେ ନିର୍ବାଚନ ପଦ୍ଧତିର ପୂର୍ବ ରୀତି ଅନୁକରଣ କରି ରାଜଗାଦିରେ ବସାନ୍ତି ଏମାନେ ରାଜାଙ୍କୁ ପୁଅ ବୋଲି ସମ୍ୱୋଧନ କରି ସ୍ନେହରେ ତୁ, ତା, ବ୍ୟବହାର କରନ୍ତି ଏମାନେ ଗତ (ଉନବିଂଶ) ଶତାଦ୍ଦୀରେ ମେଳି କରି ରାଜାଙ୍କୁ ଓ ଗଭର୍ଣ୍ଣ— ମେଣ୍ଟଙ୍କୁ ବ୍ୟତିବ୍ୟସ୍ତ କରିଥିଲେ ଧରଣୀଧର ନାମକ ଜଣେ ବ୍ୟକ୍ତିର ନେତୃତ୍ୱରେ ଏମାନେ ବିଦ୍ରୋହାଚରଣ କରିଥିଲେ ଫକୀରମୋହନ ସେ ସମୟରେ କେନ୍ଦୁଝରର ଦେବାନ୍ ଥାଇ ଏ ବିଦ୍ରୋହର ପ୍ରଣତି ତାଙ୍କ ଜୀବନଚରିତରେ ଲେଖିଅଛନ୍ତି ]

୪. ସାମନ୍ତ ରାଜା; ଜମିଦାର — ୪. A feudal lord; zemindar.
୫. ବଙ୍ଗଦେଶର ବାର ଜଣ ସାମନ୍ତ ଭୁସ୍ୱାମୀ; ବାର ଭୁୟାଁ —୫. Twelve feudal lords of Bengal.
୬. ଖଣ୍ଡାଏତମାନଙ୍କର ଉପାଧିବିଶେଷ —୬ . A family title of certain Khaṇḍāitas.

[ଦ୍ରଷ୍ଟବ୍ୟ —ପୂର୍ବେ ପଲେଇ, ଜେନା ଆଦି ବଂଶୋପାଧି ବିଶିଷ୍ଟ ବ୍ୟକ୍ତିମାନେ ଅଧୁନା ଶିକ୍ଷିତ, ଧନୀ ଓ ପଦସ୍ଥ ହୋଇ ମୌଳିକ ବଂଶୋପାଧିକୁ ବଦଳାଇ ସମ୍ମାନସୂଚକ ଭୁୟାଁ ଉପାଧି ଗ୍ରହଣ କରିଥିବାର ଦୃଷ୍ଟାନ୍ତ ଓଡ଼ିଶାରେ ବିରଳ ନୁହେଁ ]