ଭୁଇଁ କଖାରୁ
ଦେଖଣା
ଭୁଇଁ କଖାରୁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭୁଇଁ କଖାରୁ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭୂମି+କର୍କାରୁ)
[ସମ୍ପାଦନା]ଲତାକନ୍ଦବିଶେଷ — Ipomoea Digitata.
[ଦ୍ରଷ୍ଟବ୍ୟ — ଏହା କଳମ୍ୱାଦି ବର୍ଗର ଦୀର୍ଘ ଲତା; ପିଣ୍ଡଆଳୁ ପରି ଏହାର ମୂଳରେ ପିଣ୍ଡକାର ମୂଳ ଜନ୍ମେ ଏହି ମୂଳର ଭିତର ଶୁକ୍ଳ ଓ ଏହାକୁ ସିଦ୍ଧ କରି ଖିଆଯାଏ; ପତ୍ର ସାତ ଆଠ ଆଙ୍ଗୁଠି ବାହାରି ଥିବା ହାତ ପାପୁଲି ପରି; ଫୁଲ ଆନୀଳରକ୍ତ, ଡାଙ୍ଗ ମସୃଣ ବୈଦ୍ୟଶାସ୍ତ୍ର ମତରେ ଏହା ପୁଷ୍ଟିକର, ସ୍ୱରବର୍ଦ୍ଧକ, ମୂତ୍ରକର, ସ୍ତନ୍ୟଶୁକ୍ର ଓ ବଳବର୍ଦ୍ଧକ, ବର୍ଣ୍ଣପ୍ରସାଦକ ଓ ରାସାୟନ ଏହା ପିତ୍ତଦୋଷ , ରକ୍ତଦୁଷ୍ଟି, ବାୟୁ ରୋଗ ଓ ଦାହନାଶକ ]