ଭୂତ
ଦେଖଣା
ଭୂତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ଭୁ ଧାତୁ+କର୍ତ୍ତୃ. ତ)
[ସମ୍ପାଦନା]- ୧. ବାୟୁଚର ଦେବଯୋନି ବିଶେଷ —୧. A class of aerial beings.
- ୨. ପିଶାଚ —୨. Ghosts; evil spirits.
[ ଦ୍ର— ସବୁ ଦେଶରେ, ସବୁ କାଳରେ , ସବୁ ଜାତିରେ 'ଭୂତ' ମାନଙ୍କ ସମ୍ୱନ୍ଧରେ ନାନା କଳ୍ପନା ଓ ବିଶ୍ୱାସ ଅଛି ଯେଉଁ ଜୀବମାନଙ୍କ ଆତ୍ମାମ ନ ମୋକ୍ଷଗତି ପ୍ରାପ୍ତ ନ ହୋଇ ସ୍ୱର୍ଗକୁ ଯାଇ ନ ଥାନ୍ତି ସେମାନେ ଭୂତ ବା ପ୍ରେତରୂପ ନାନା ସ୍ଥୂଳ ଓ ସୂକ୍ଷ୍ମରୂପ ଧାରଣ କରି ପୃଥିବୀରେ ବିଚରଣ କରନ୍ତି ଏମାନେ ରାତିରେ ବାହାରନ୍ତି ଓ ଶ୍ମଶାନ, ନିର୍ଜନ ସ୍ଥାନ ଓ ମହାରଣ୍ୟରେ ରହନ୍ତି ଓ ଇଚ୍ଛାନୁସାରେ ଭିନ୍ନ ଭିନ୍ନ ରୂପ ଧାରଣ କରନ୍ତି ଏମାନେ ଲୋକଙ୍କ ଉପରେ ସମୟେ ସମୟେ ନାନା ଅତ୍ୟାଚାର କରନ୍ତି ଓ ବାଳକ ବାଳିକା ଯୁବକ ଯୁବତୀ ଓ ସ୍ତ୍ରୀମାନଙ୍କର ଦେହରେ ପ୍ରବେଶ କରନ୍ତି ଏମାନେ କୌଣସି କୌଣସି ଗୃହକୁ ଅଧିକାର କରି ସେଠାରେ ନାନା ଅଲୌବିକ ଘଟନା ଘଟାନ୍ତି ମୃତ ବ୍ୟକ୍ତିଙ୍କ ଆତ୍ମା 'ଭୂତ' ହେବା କଥା ବର୍ତ୍ତମାନ ପାଶ୍ଚାତ୍ୟାମାନେ ସ୍ୱୀକାର କରୁଅଛନ୍ତି ଓ ଭୂତମାନଙ୍କୁ ନିମନ୍ତ୍ରଣ କରି ଲୋକମାନଙ୍କୁ ସେମାନଙ୍କ କ୍ରିୟାକଳାପ ଦେଖାଉଅଛନ୍ତି ]
- ୩. ଶିବଙ୍କର ଅନୁଚର ବା ଗଣସମୁହ —୩. The attendants of Ṡiba.
- ୪. ଜଗତର ପଞ୍ଚ ମୌଳିକ ଉପାଦାନ (ଯଥା:—(କ୍ଷିତି) ପୃଥିବୀ, (ଅପ୍) ଜଳ, (ତେଜଃ) ଅଗ୍ନି, (ମରୁତ୍) ବାୟୁ ଓ (ବ୍ୟୋମ) ଆକାଶ — ୪. The five primordial elements of the creation (viz, the earth, water, fire, air and ether.)
- ୫. ପ୍ରାଣୀ; ଜୀବ; ଜନ୍ତୁ —୫. Animals; animated beings.
- ୬. ତତ୍ତ୍ୱ; ସତ୍ୟ — ୬. Eternal or fundamental truths.
- ୭. ଅତୀତ ସମୟ —୭. The past.
- ୮. ତତ୍ତ୍ୱାନୁସନ୍ଧାନ — ୮. Investigation of facts; enquiry about an affair.
- ୯. କାର୍ତ୍ତିକେୟ (ହିନ୍ଦୀ - ଶ) —୯. Kārttikeya.
- ୧. ଯୋଗୀନ୍ଦ୍ର (ହିନ୍ଦୀ - ଶ.) —୧୦. A pre-eminent J̄ogī.
- ୧୧. ପ୍ରେତ ପିଶାଚ ଆଦିଙ୍କ ଉପଦ୍ରବ ଶାନ୍ତି କରିବା ଔଷଧ (ହିନ୍ଦୀ - ଶ) —୧୧. Any medicine which protects a person from the attack of ghosts.
- ୧୨. ଲୋଧ୍ର ବୃକ୍ଷ (ହିନ୍ଦୀ - ଶ) ୧୨. Simplocus Racemosus.
- ୧୩. ସୃଷ୍ଟ ଜଡ଼ ବା ଚେତନ ବସ୍ତୁ (ହିନ୍ଦୀ - ଶ) —୧୩. Created thing; animate or inanimate object.
- ୧୪. କୃଷ୍ଣ ପକ୍ଷ (ହିନ୍ଦୀ - ଶ) —୧୪. The dark lunar fortnight.
- ୧୫. ମୃତ ଶରୀର; ଶବ (ହିନ୍ଦୀ - ଶ) — ୧୫. Dead body.
- ୧୬. ମୋକ୍ଷ ପ୍ରାପ୍ତ ହୋଇ ନ ଥିବା ମୃତ ପ୍ରାଣୀଙ୍କର ଆତ୍ମା; ପ୍ରେତ —୧୬. The souls or spirits of dead beings who have not yet attained salvation.
- ୧୭. (ବ୍ୟାକରଣ) ଅତୀତ ହୋଇଥିବା କ୍ରିୟାର କାଳ —୧୭. (grammar) The past tense.
- ୧୮. ବୃତ୍ତ (ହିନ୍ଦୀ - ଶ) —୧୮. Circle.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ଅତୀତ; ଗତ —୧. Past; gone.
- ୨. ଜ୍ଞାତ —୨. Known.
- ୩. ଉତ୍ପନ୍ନ —୩. Produced.
- ୪. ଲବ୍ଧ —୪. Obtained.
- ୫. ଉଚିତ —୫. Proper.
- ୬. ସ୍ୱରୂପ, ତୁଲ୍ୟ; ସଦୃଶ —୬. Equal; similar.
- ୭. ଉପାସିତ —୭. Worshipped.
- ୮. ସତ୍ୟ — ୮. True.
- ୯. (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହେଲେ ଯଥା—ବାଷ୍ପୀଭୂତି, ଜଳୀଭୂତ, ସ୍ତମ୍ଭୀଭୂତ,) ପରିଣତ — ୯. Changed into.
- ୧. ଅବସ୍ଥିତ — ୧୦. Existing on.
- ୧୧. ଯୁକ୍ତ; ମିଳିତ (ହିନ୍ଦୀ - ଶ) — ୧୧. Joined; mixed.
ଦେଶଜ - (ଲକ୍ଷଣାର୍ଥ)ବିଶେଷଣ -
[ସମ୍ପାଦନା]- ୧. ଅବିବେଚକ —୧. Thoughtless.
- ୨. ପ୍ରେତ ପରି ବିଚରଣଶୀଳ —୨. Wandering like a ghost
- ୩. ଦୁରନ୍ତ; ଦୁଷ୍ଟ —୩. Wicked.
- ୪. ଭୂତପରି ଦେଖିବାକୁ କଦର୍ଯ୍ୟ —୪. Ugly-looking like a ghost.