Jump to content

ଭୂତ ଖାନା

ଉଇକିଅଭିଧାନ‌ରୁ

ଭୂତ ଖାନା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ଲକ୍ଷଣାର୍ଥ) ଯେଉଁ ସ୍ଥାନରେ ଅନେକ ନିସ୍କର୍ମା ଓ ଦୁଷ୍ଟ ଲୋକ ଜମା ହୋଇ ଥାଆନ୍ତି —୧. (figurative) A rendezvous of evil and wicked persons.
୨. (ଲକ୍ଷଣାର୍ଥ) ଅନିର୍ଦ୍ଦିଷ୍ଟ—ସ୍ୱାମିକ ବିଷୟ —୨. (figurative) An affair having no master.
୩. ଯେଉଁ ଘରେ ଭୂତ ଥିବାର ଲେକେ ବିଶ୍ୱାସ କରନ୍ତି —୩. A haunted house.
୪. (ଲକ୍ଷଣାର୍ଥ) ଯେଉଁ ବଡ଼ ଘରମାନଙ୍କରେ କହି ଲୋକ ବାସ କରନ୍ତି ନାହିଁ ଓ ଯାହା ନିର୍ଜନ ଓ ଅପରିଷ୍କୃତ ହୋଇ ପଡ଼ି ରହିଥାଏ —୪. (figurative) An uninhabited big house or houses which remain unclean and uncared for.

[ ଦ୍ର— ଲୋକେ ବିଶ୍ୱାସ କରନ୍ତି ଯେ କୌଣସି ଘରେ ବହୁକାଳ କେହି ବାସ ନ କଲେ ସେ ଘରେ ଭୂତି ପ୍ରେତ ଆଦି ରହନ୍ତି ଓ ସେଠାକୁ ଲୋକେ ବାସ କରିବାକୁ ଗଲେ ଉକ୍ତ ଭୂତମାନେ ସେଠାରେ ନାନା ଉତ୍ପାତ ଓ ଅଲୌକିକ କାଣ୍ଡ କରନ୍ତି ଭୂତମାନେ ନାନା ଭୟଙ୍କରରୂପ ଧାରଣ କରି ଓ ପୁଣି ଉଭେଯାଇ ଲୋକଙ୍କୁ ଡରାନ୍ତି କୌଣସି ଗଡ଼ଜାତରେ ରାଜାଙ୍କ ଅତିଥିରୂପେ ଗୋଟିଏ ଭୂତାଧିକୃତ ଘରେ ଏ ଗ୍ରନ୍ଥସଂଗ୍ରାହକ ୩୪: ଦିନ ଅବସ୍ଥାନ କରି ଥଲେ ସେ ଘରେ ଭିନ୍ନ ଭିନ୍ନ କୋଠିରିରେ କେତେକ୍ଷଣ- ପରେ 'ଦୁମ' ଶବ୍ଦ ଶୁଣାଯାଏ ଆମ୍ଭେମାନେ ଯେଉଁ କୋଠିରିରେ ଥାଉଁ ତହିଁର ନିକଟବର୍ତ୍ତୀ କୋଠିରିରେ ଏ ଶବ୍ଦ ଶୁଣାଯାଏ, ଆମ୍ଭେମାନେ ସେ କୋଠିରିକୁ ଯିବାରେ ଉକ୍ତ ଶବ୍ଦ ଆମ୍ଭମାନଙ୍କ ପୂର୍ବାଧିକୃତ କୋଠିରକୁ ଶୁଣାଯାଏ କିନ୍ତୁ ସେ ଭୂତ କାହାର ଅନିଷ୍ଟ କରିବାର ଶୁଣାଯାଏ ନାହିଁ କଟକ ସହରରେ ଅମ୍ଭମାନଙ୍କ ବସା ପାଖେ ଗୋଟିଏ ଭଦ୍ରବ୍ୟକ୍ତିଙ୍କ ବସାରେ ଦିନାକେତେ ଭୂତର ଉପଦ୍ରବ ହେଲା ଶୂନ୍ୟରୁ ବିଷ୍ଠା ଓ ଟେକା ପଡୢଲା ଭାତ ହାଣ୍ଡିରେ ଓ ଭାତ ପତ୍ରରେ ଓ ବନ୍ଦ ଥିବା ଆଲମାରି ଆଦିରେ ଓ କାନ୍ଥକୁରାମାନଙ୍କରେ ସଦ୍ୟଃ ଉତ୍ସୃଷ୍ଟ ବିଷ୍ଠା ଦେଖାଗଲା; ଘରେ ଥିବା ବସ୍ତୁମାନ ଶୂନ୍ୟରେ କିଏ ବାହାରେ ଆଣି କଚାଡ଼ି ଦେଲା ୪୬: ମାସ ଏହା ହେବା ପରେ ଜଣେ ଗୁଣିଆ ଆସି ଓ ଉପଦ୍ରବ ବନ୍ଦର କଲେ ]