Jump to content

ଭୂମିହାର

ଉଇକିଅଭିଧାନ‌ରୁ

ଭୂମିହାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ଭୂମି+ହୃ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ବିହାର ଓ ସଂଯୁକ୍ତ ପ୍ରଦେଶବାସୀ ବ୍ରାହ୍ମଣଙ୍କ ଶ୍ରେଣୀବିଶେଷ —A class of Brāhmaṇas of Bihar and the united Provinces.

[ଦ୍ରଷ୍ଟବ୍ୟ — ଏ ଜାତି ବହୁ ସଂଖ୍ୟା ବିହାର ପ୍ରଦେଶରେ ବାସ କରନ୍ତି ଏମାନେ ଆପଣାକୁ ବ୍ରାହ୍ମଣ ଜାତିର ଅନ୍ତର୍ଗତ ବୋଲି କହନ୍ତି ଓ ନିଜକୁ ବ୍ରାହ୍ମଣ ବୋଲି ପରିଚୟ ଦିଅନ୍ତି ଏ ଜାତିର ଉତ୍ପତ୍ତି ସମ୍ୱନ୍ଧେ ନାନା କଥା ଶୁଣାଯାଏ; କେହି କେହି କହନ୍ତି ଯେ ଯେଉଁ ସମୟରେ ପରଶୁରାମ ପୃଥିବୀକୁ ନିଃକ୍ଷତ୍ରିୟ କରିଥିଲେ ସେହି ସମୟରେ ଯେ ବ୍ରାହ୍ମଣମାନଙ୍କୁ ରାଜ୍ୟ ଶାସନ ଭାର ସମର୍ପଣ କରିଥିଲେ, ଭୁମିହାର ବ୍ରାହ୍ମଣମାନେ ସେମାନଙ୍କ ବଂଶଧର ଅଟନ୍ତି କେହି କେହି କହନ୍ତି ଯେ ମଗଧରାଜା ଜରାସନ୍ଧ ସ୍ୱାନୁଷ୍ଠିତ ଯଜ୍ଞ ପାଇଁ ଏକ ଲକ୍ଷ ବ୍ରାହ୍ମଣଙ୍କୁ ଭୋଡ଼ି ଥିଲେ କିନ୍ତୁ ଏତେ ସଂଖ୍ୟକ ବ୍ରାହ୍ମଣ ନ ମିଳିବାରୁ ତାଙ୍କରର ଏକ ମନ୍ତ୍ରୀ ନିମ୍ନଜାତୀୟ ଅନେକ ଲୋକଙ୍କୁ ପଇତା ପିନ୍ଧାଇ ଜରାସନ୍ଧଙ୍କ ନିକଟରେ ଆଣି ବ୍ରାହ୍ମଣ ବୋଲି ଠିଆ କରାଇ ଦେଲେ, ଏମାନେ ଉକ୍ତ ବ୍ୟକ୍ତିମାନଙ୍କ ସନ୍ତାନ ଯେ ହେଉ , ବର୍ତ୍ତମାନ ଏ ଜାତିର ବ୍ରାହ୍ମଣମାନଙ୍କଠାରେ ଯଜନ, ଯାଜନ ଆଦି ବ୍ରାହ୍ମଶୋଚିତ କର୍ମର ଅଭାବ ଦେଖାଯାଏ ଓ କ୍ଷତ୍ରିସୋଚିତ ଅନେକ କର୍ମ ଏମାନଙ୍କଠାରେ ଦେଖାଯାଏ ଏମାନେ ଦାନ ଗ୍ରହଣ କରନ୍ତି ନାହିଁ ଓ କ୍ଷେତ୍ରବାଡ଼ି ଓ ଚାକିରି କରି ଜୀବିକାନିର୍ବାହ କରନ୍ତି (ହିନ୍ଦୀ - ଶ) ଓଡ଼ିଶାରେ ବଳଭଦ୍ର ଗୋତ୍ରୀ ବା ମାସନ୍ତ ବ୍ରାହ୍ମଣଙ୍କ ପରି ବିହାରରେ ବ୍ରହ୍ମଣ ସମାଜରେ ଏମାନଙ୍କର ପରିସ୍ଥିତି ଥିବାର ଜଣାଯାଏ ଭୂମିହାର ବ୍ରାହ୍ମଣମାନେ ହଳ ବୁଲାନ୍ତି, ଧୂମପାନ କରନ୍ତି]