ଭୂରର୍)ଚୂକା ମାରିବା
ଦେଖଣା
ଭୂରର୍)ଚୂକା ମାରିବା
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିକୁ ଚାହିଁ ଜଳକା ବନାଇବା ପ୍ରତାରଣା କରି, ତାହାର କବଳରୁ ଖସିଯିବା ୨ (ବଲୁଆ) କୁକୁରର ଆସନ୍ନ ଆକ୍ରମଣରୁ ରକ୍ଷା ପାଇବାପାଇଁ ବାତକର୍ମ କରିବା
[ଦ୍ରଷ୍ଟବ୍ୟ —ବିଲୁଆମାନଙ୍କୁ ଶିକାର କରିବାକୁ କୁକକୁର ବିଲୁଆ ପଛରେ ଗୋଡ଼ାଇ ଗୋଡ଼ାଇ ଯେତେବେଳେ ବିଲୁଆର ଅତି ନିକଟବର୍ତ୍ତୀ ହୋଇଯାଏ ଓ ପରବର୍ତ୍ତୀ ମୁହୂର୍ତ୍ତରେ ବିଲୁଆକୁ ମାଡ଼ିବସିବା ଅବଶ୍ୟମ୍ଭାବୀ ହେବାର ବିଲୁଆ ଦେଖିପାରେ, ସେତେବେଳେ ବିଲୁଆ ବାତକର୍ମ କରେ (ଭୂର୍ଚୁକା ମାରେ) ଓ ସେହି ଅଧୋବାୟୁର ଉତ୍କଟ ଓ ଅସହ୍ୟ ଦୁର୍ଗନ୍ଧରେ ଉତ୍ତକ୍ୟ ହୋଇ କୁକୁର ବିଲୁଆର ପଶ୍ଚାଦ୍ଧାବନରୁ କ୍ଷଣକାଳ ନିବୃତ୍ତ ହୋଇ ମୁହଁ ମୋଡ଼ିଦିଏ ଓ ସେଥିଯୋଗୁ କୁକୁରର ଦଉଡ଼ିବାର ବେଗ କ୍ଷଣ କାଳପାଇଁ ମନ୍ଦୀଭୂତ ଇତ୍ୟବସରରେ ବିଲୁଆଟି କୁକୁରର ଆସନ୍ନ କବଳରୁ ରକ୍ଷା ପାଇ ପଳାଇଯାଏ]