ଭୃଗୁ
ଭୃଗୁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଭ୍ରସଜ୍ ଧାତୁ=ଭାଜିବା+ଉ)
[ସମ୍ପାଦନା]- ୧. ଶୁକ୍ରାଚାର୍ଯ୍ୟଙ୍କ ପିତା, ବ୍ରହ୍ମାଙ୍କର ଏକ ମାନସ ପୁତ୍ର ଓ ପ୍ରଜାପତି— ବିଶେଷ; ମୁନି ବିଶେଷ —୧. Name of a sage father of Ṡuka and a progenitor of mankind.
[ଦ୍ରଷ୍ଟବ୍ୟ —ମହାଭାରତରେ ଲେଖାଅଛି ଯେ, ଦିନେ ରୁଦ୍ର ଏକ ଯଜ୍ଞ କରୁଥିଲେ ଓ ତାହା ଦେଖିବାକୁ ବହୁ ଦେବ, ଦେବୀ,ଦେବକନ୍ୟା ଓ ଋଷି— ମାନେ ଉପସ୍ଥିତ ହୋଇଥିଲେ ବ୍ରହ୍ମା ଉକ୍ତ ଯଜ୍ଞରେ ଆହୁତି ଦେବା ସମୟରେ ଦେବକନ୍ୟାମାନଙ୍କ ରୂପରେ ମୋହିତ ହୋଲେ ଓ ତାଙ୍କର ରେତଃପାତ ହେଲା ସୂର୍ଯ୍ୟ ଉକ୍ତ ରେତଃକୁ ଆପଣା କିରଣଦ୍ୱାରା ଆକର୍ଷଣ କରି ନେଇ ଅଗ୍ନିରେ ପକାଇଲେ ଓ ଉକ୍ତ ବୀର୍ଯ୍ୟରୁ ଯଜ୍ଞାଗ୍ନିଶିଖା ମଧ୍ୟରୁ ଭୃଗୁଙ୍କର ଜନ୍ନ ହେଲା କେହି କେହି କହନ୍ତି ଏ ଶିବଙ୍କ ପୁତ୍ର ଏହାଙ୍କର ପୁତ୍ର ଶୁତ୍ରାଚାର୍ଯ୍ୟ; ପରଶୁରାମ ଏହାଙ୍କ ବଂଶରେ ଜନ୍ମିଥିଲେ କେହି କେହି କହନ୍ତି ଏ ବ୍ରାହ୍ମାଙ୍କ ମାନସ ପୁତ୍ର ଥିଲେ ଓ ବ୍ରହ୍ମା ଏହାଙ୍କୁ ଅନ୍ୟତମ ପ୍ରଜାପତି— ରୂପେ ନିଯୁକ୍ତ କରିଥିଲେ ଦକ୍ଷସୁତା ଖ୍ୟାତିଙ୍କ ସହିତ ଏହାଙ୍କର ବିବାହ ହେଲା ବିଷ୍ଣୁରତ୍ନୀ ଲକ୍ଷ୍ମୀ ଏହାଙ୍କ କନ୍ୟା ଓ ଏହାଙ୍କର ଦୁଇ ପୁତ୍ର ଧାତା ଓ ବିଧାତା ଏ ଧନୁର୍ବିଦ୍ୟାର ପ୍ରବର୍ତ୍ତକ ଓ ଭୃଗୁବଂଶର ଆଦିପୁରୁଷ କ୍ଷତ୍ରିୟ ରାଜା ବୀତ— ହବ୍ୟ ଶତ୍ରୁ ଭୟରେ ଏହାଙ୍କର ଶରଣ ପଶିବାରୁ ଏ ତାଙ୍କୁ ବ୍ରାହ୍ମଣତ୍ୱ ପ୍ରଦାନ କରି ଶତ୍ରୁ ଭୟରୁ ମୁକ୍ତ କରିଥିଲେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ଏହା ପରୀକ୍ଷା କରିବା ପାଇଁ ମୁନିଋଷିମାନୋ ଏହାଙ୍କୁ ନିଯୁକ୍ତ କରିଥିଲେ ଏ ପ୍ରଥମେ ବ୍ରହ୍ମାଙ୍କ ପାଖେ ପହଞ୍ଚି ପରୀକ୍ଷା କରିବାକୁ ତାଙ୍କୁ ପ୍ରଣାମ ନ କରିବାରୁ ବ୍ରହ୍ମା କୁପିତ ହୋଇ ତାଙ୍କ ତିରସ୍କାର କଲେ; ପରେ ଭୃଗ ସ୍ତବ କରି ବ୍ରହ୍ମାଙ୍କୁ ତୁଷ୍ଟ କଲେ ସେଠାରୁ ଯାଇ ମହାଦେବଙ୍କ ପାଖେ ପହଞ୍ଚି ତାଙ୍କ ନମସ୍କାର ନ କରିବାରୁ ମହାଦେବ କୁପିତ ହୋଇ ତାଙ୍କୁ ଭସ୍ମୀଭୂତ କରିବାକୁ ଉଦ୍ୟତ ହେଲେ ଓ ଭୃଗୁ ସ୍ତୁତିଦ୍ୱାରା ମହାଦେବଙ୍କ କ୍ରୋଧ ଶାନ୍ତ କରି ବିଷ୍ଣୁଙ୍କଠାକୁ ଗଲେ; ବିଷ୍ଣୁ ସେତେବେଳେ ଶୋଇଥିଲେ, ତାଙ୍କୁ ପରୀକ୍ଷା କରିବାକୁ ଭୃଗୁ ବିଷ୍ଣୁଙ୍କ ହୃଦସ୍ଥଳରେ ଏକ ଗୋଇଠା ମାଇଲେ ବିଷ୍ଣୁଙ୍କ ନିଦ୍ରାଭଙ୍ଗ ହେଲା ଓ ପଦାଘାତ କରିଥିବା ହେତୁ ସେ ଭୃଗୁଙ୍କ ଉପରେ କୁପିତ ହେବା କଥା ଦୂରେ ଥାଉ, ବିଷ୍ଣୁଙ୍କ ହୃଦୟର ତଠୋରତା ଯୋଗୁଁ ତାଙ୍କ ପାଦର ବ୍ୟଥା ହୋଇଅଛି କି ନାହିଁ ବିଷ୍ଣୁ ଭୃଗୁଙ୍କୁ ପଚାରି ଭୃଗୁଙ୍କ ପଦସେବା କରିବାକୁ ଲାଗିଲେ ବିଷ୍ଣୁ ନିଜର ବକ୍ଷରେ ଅଦ୍ୟାପି ଭୃଗୁ ପଦାଘାତଚିହ୍ନ ଧାରଣ କରିଥିବାର କଥିତ ଏହା ଦେଖି ଭୃଗୁ ସ୍ଥିର କଲେ ବିଷ୍ଣୁହିଁଣ ସର୍ବଶ୍ରେଷ୍ଠ ଦେବ —ସୁବଳଚଦ୍ର ]
- ୨. ଦ୍ରୋଣାଚାର୍ଯ୍ୟ (ସୁବଳଚନ୍ଦ୍ର) —୨. A name of Droṇa.
- ୩. ଶୁକ୍ରଗ୍ରହ —୩. The planet Venus.
- ୪. ଶିବ —୪. Ṡiba.
- ୫. ଅତ୍ୟୁଚ୍ଚ ସ୍ଥାନ —୫. High and steep land.
- ୬. ପର୍ବତର ତାଳୁଦେଶ —୬. The brow of a mountain.
- ୭. ପର୍ବତର ଗଡ଼ାଣିଆ ସ୍ଥାନ (ଯେଉଁଠାରୁ ଗଡ଼ି ପଡ଼ିଲେ ମନୁଷ୍ୟ ପର୍ବତର ମୂଳଯାକେ ଏକଦମ୍ ଗଡ଼ିଆସେ) — ୭. Precipice; the steep slope of a mountain.
- ୮. ପ୍ରପାତ —୮. Waterfall; cataract; cascode.
- ୯. ପର୍ବତରେ ତାଳୁଦେଶରେ ଥିବା ସମତଳ ଭୂମି —୯. Table land.
- ୧. ପରଶୁରାମ (ହିନ୍ଦୀ - ଶ) —୧୦. Paraṡurāma.
- ୧୧. ଭୃଗୁମୁନିଙ୍କ ବଂଶ (ଦୁବଳ) ୧୧. The race of which the progenitor was Bhṛugu.
- ୧୨. ଶୁକ୍ରାଚାର୍ଯ୍ୟ (ହିନ୍ଦୀ - ଶ) — ୧୨. Ṡukra, the preceptor of the demons.
- ୧୩. ଜମଦଗ୍ନି (ହିନ୍ଦୀ - ଶ) —୧୩. Jamaddagni; the father of paraṡurāma.