Jump to content

ଭେଖ

ଉଇକିଅଭିଧାନ‌ରୁ

ଭେଖ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବେଶ)

[ସମ୍ପାଦନା]
୧. ପୋଷାକ; ବେଶଚ ପରିଚ୍ଛଦ —୧. Dress.

(ଉ—ଯୁଦ୍ଧ ଭେକ ନ ଥିଲା ଯାହାର ତାହାକୁ, ତାହା ମଧ୍ୟ ଦେଲେ ଯେ ବହି ସରାଗକୁ କୃଷ୍ଣସିଂହ ମହାଭାରତ ବନ)

୨. ବୈଷ୍ଣବର ବେଶ; ସନ୍ନ୍ୟାସୀର ବା ଭିକ୍ଷୁର ବେଶ; ବେଷ୍ଣବ, ମାନେ ଦୀକ୍ଷା ନେବା ସମୟରେ ଗ୍ରହଣ କରିବା ଡୋର, କୌପୁନି ଆଦି —୨. The scanty dress assumed by a recluse at his initiation; the garb of an anchorite.

(ଉ—ଭେକରେ ବହୁତ ପୁଣି କଳଙ୍କ ଲାଗିବା ପ୍ରାଚୀ ଶ୍ରୀଗୁରୁଭକ୍ତି ଗୀତା)

[ ଦ୍ର—ଭିନ୍ନ ଭିନ୍ନ ସଂପ୍ରଦାୟର ବୈରାଗୀ (ଯଥା—ଶାକ୍ତ, ବୈଷ୍ଣବ, ଶୈବ, ତାନ୍ତ୍ରୀକ, ଗାଣପତ୍ୟ ସୌର ଆଦି) ଙ୍କର ଭିନ୍ନ ଭିନ୍ନ ଭେକ ଅଛି ଭିନ୍ନ ଭିନ୍ନ ସଂପ୍ରଦାୟର ଡୋରା. କୌପୁନୀ, ବହିର୍ବାସ, କେଶ ଧାରଣ ମାଳା (ରୁ ଦ୍ରାକ୍ଷ, ତଳସୀ, ପଦ୍ମକେଶର ବା ସ୍ଫଟିକର) ଓ ତିଲକ (ତ୍ରିପୁଣ୍ଡ, ରାମାନନ୍ଦୀ, ଅର୍ଦ୍ଧପୁଣ୍ଡ୍ର ବା ଊର୍ଦ୍ଧ୍ୱପୁଣ୍ଡ୍ର) ସ୍ୱତନ୍ତ୍ର କାହାର ଗେରୁଆ ଲୁଗା, କାହାର କୌପୁନୀ ଏକ ସମ୍ପ୍ରଦାୟର, ଭିନ୍ନ ଭିନ୍ନ ଶାଖାବଲମ୍ୱୀଙ୍କର ମଧ୍ୟ ଭେକ ପୃଥକ୍ ବୈଷ୍ଣବମାନଙ୍କ ମଧ୍ୟରେ ଗୌଡ଼ୀୟ, ମାଧବାଚାର୍ଯ୍ୟ, ରମାଉତି, ନିମାଉତି ଆଦିଙ୍କର ଭେକ ମଧ୍ୟ ବିଭିନ୍ନ ଏଥିପାଇଁ ଭେକ ଦେଖି ବୈରାଗୀମାନଙ୍କର ଶାଖା ଚିହ୍ନିବାକୁ ହୁଏ ]

୩. ଅବଲମ୍ୱନ; ଆଶ୍ରୟ —୩. Shelter; refuge.

(ଉ—ଭେକ ସେ ବରଷାକୁ ଭେକ କରି ପାଇ, ବାହାରିଲା ଦାଣ୍ଡକୁ ଭକ ଭକ ହୋଇ କୃଷ୍ଣସିଂହ ମହାଭାରତ ବନା)

୪. ଶେଷ ଭରସା —୪. Ultimate hope.
୫. ଛଦ୍ମବେଶ —୫. A mask.
୬. ଭିନ୍ନ ଭିନ୍ନ ବ୍ୟବସାୟର ବା ବୃତ୍ତିର ଭିନ୍ନ ଭିନ୍ନ ବେଶ —୬. Respective garbs of various professions;
୭. ଜୀବିକା; ବୃତ୍ତି; ବ୍ୟହସାୟ —୭. Profession. calling; livelihood.
୮. ପଦବୀ —୮. Position.