ଭେଟ
ଦେଖଣା
ଭେଟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭିଦ୍ ଧାତୁ—ହିନ୍ଦୀ - ଶ; ସଂସ୍କୃତ - ମେଳ)
[ସମ୍ପାଦନା]- ୧. ଦୁଇ ବା ତତୋଽଧିକ ବ୍ୟକ୍ତିଙ୍କର ପରସ୍ପର ସହିତ ସାକ୍ଷାତ ବା ମିଳନ — ୧. Metting of two or more persons.
- ୨. ଦର୍ଶନ; ଦେଖା; ମୁଲାକାତ୍ —୨. Interview; visit.
- ୩. ଦେବତା ଆଦିଙ୍କୁ ଯାତ୍ରୀଙ୍କ ଦର୍ଶନ କରିବା ସମୟରେ ଦିଆଯିବା ଉପଢୌକନ; ଭେଟି; ଦର୍ଶନୀ — ୩. Presents given to Deities by pilgrims.
- ୪. ଭେଟି; ରାଜା ଆଦିଙ୍କ ବିଶିଷ୍ଟ ଉତ୍ସବାଦି ଉପଲକ୍ଷରେ ଦିଆଯିବା ଭେଟି; ସଲାମୀ; ନବରାଜ —୪. Presents given to kings on special occasions; nuzzerana; salami.
- ୫. ଦଶହରାରେ ଦେବୀଦର୍ଶନ ସମୟରେ ପାଇକ ବା ସୈନ୍ୟବର୍ଗଙ୍କର ରାଜାଙ୍କ ସମ୍ମୁଖରେ ଅସ୍ତ୍ର ଶସ୍ତ୍ରାଦିର ଚାଳନା ପୂର୍ବକ ରାଜାଙ୍କ ସମ୍ମାନ ପ୍ରଦର୍ଶନ — ୫. Presenting arms and saluting to a Raja by the assembled soldiers dduring Daṡaharā.