ଭେଟିବା
ଦେଖଣା
ଭେଟିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ମିଳ୍. ଧାତୁ; ତୁଳ ଲାଟିନ୍ ଭିଡ଼ୋ=ଦେଖିବା)
[ସମ୍ପାଦନା]- ୧. ସାକ୍ଷାତ କରିବା —୧. To meet.
(ଉ—ପାଣ୍ଡବ ସୂତେ ବ୍ୟାସଙ୍କୁ ଭେଟିଲେ କୃଷ୍ଣସିଂହ. ମହାଭାରତ ଆଦି)
- ୨. ମଳିତ ହେବା; ଉପସ୍ଥିତ ହେବା —୨. To join a person; attend.
(ଉ—ଚରମ ଆଡ଼େ ଡରି ଇଭା ହେଲି, ଚାକର ଛାମୁରେ ଭେଟୁଛି ବୋଲି କବିସୂର୍ଯ୍ୟ. କବିତା)
- ୩. ସଲାମୀ ବା ଭେଟି ଦେବା —୩. To give a present.
(ଉ—ବନ୍ଧୁଜୀବ ଅଧରୀକି ଏ ପଟ ଭେଟିବ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ)
ପ୍ରାଦେଶିକ - (ବାଲେଶ୍ୱର)କ୍ରିୟାପଦ -
[ସମ୍ପାଦନା]- ୧. ବାଜିବା; ଆଘାତ କରିବା —୧. To strike.
- ୨. ଆଘାତପ୍ରାପ୍ତ ହେବା —୨. To collide.