Jump to content

ଭେଡ଼ା

ଉଇକିଅଭିଧାନ‌ରୁ

ଭେଡ଼ା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ହେଡ଼ି, ହେଡ଼ି. ଧାତୁ=ବେଷ୍ଟନ କରିବା)

[ସମ୍ପାଦନା]
୧. ଦଣ୍ଡା; ଶସ୍ୟକ୍ଷେତ୍ରରେ ପାର୍ଶ୍ୱ ଲମ୍ୱା ଜଙ୍ଗଲ ବା ପଡ଼ିଆ —୧. Long strip of jungle or waste land by the side of cultivated fields.
୨. ପାଗର; ଉଚ୍ଚ ହିଡ଼ —୨. A high ridge round a field.
୩. ଭେରା; ଭଡ଼ା; ଚାଲିବାର ବହେ ବାଟ — ୩. A distance (walked).
୪. ନଦୀର ମୁହାଁଣରେ ଓ ସମୁଦ୍ରକୂଳରେ ବିସ୍ତୃତ ନିମ୍ନଭୂମି (ଯାହା ନଈବଢ଼ି ସମୟରେ ପାଣିରେ ବୁଡ଼ିଯାଏ ଓ ବଢ଼ି ଛାଡ଼ିଗଲେ ଶୁଖେ — ୪. Wide expanse of alluvial land on the mouth of rivers and along the seashore which remain submerged during the rainy season.

[ଦ୍ରଷ୍ଟବ୍ୟ —ଭେଡ଼ାର ସ୍ଥାନେ ସ୍ଥାନେ ବୃତ୍ତାକାର ବନ୍ଧ ଦିଆଯାଇ ଉକ୍ତ ବୃତ୍ତର ପରିଧି ମଧ୍ୟସ୍ଥ ଭୂମିକୁ ଆବାଦ କରାଯାଏ ଏହା ବୃତ୍ତାକାର ବନ୍ଧକୁ ସୁନ୍ଦର ବନ ଅଞ୍ଚଳରେ ଭେଡ଼ି ବୋଲାଯାଏ]

ଉ— ଭେଡ଼ା ଆଖ୍ୟାଧାରୀ ବୃକ୍ଷହୀନ ଭୂମି ସମୁଦ୍ର ଦାଢ଼େ, ଦ୍ୱୀପ ପ୍ରାୟେ କ୍ଷୂଦ୍ର ଦନପଦ ଯହିଁ ଭାସେ ଆଷାଢ଼େ ରାଧାନାଥ, ଭାଷା)

୫. ପାହୁଣ୍ଡ —୫. Step; pace.

(ଉ—ଅସୁର ପାଇଁ ମହାତ୍ରାସ, ଘୁଞ୍ଚିଲା ଭେଡ଼ା ଅଷ୍ଟାଦଶ ଜଗନ୍ନାଥ. ଭାଗବତ)

[[]] ୬ ଭେଡ଼ି ]] ୧ଓ ]] ୨ (ଦେଖ) - —

୬. Bheṟḍ̠i ୧ & ୨ (See).

ପ୍ରାଦେଶିକ - (ଅଳି) ବିଶେଷ୍ୟ -

[ସମ୍ପାଦନା]

ବର୍ଷତମାମ୍ ଜଳପୂର୍ଣ୍ଣ ଧାନବିଲ —Water-logged paddy field.

[ଦ୍ରଷ୍ଟବ୍ୟ —ଏଥିରେ ପାଣିରେ ଧାନ ବିଣାଯାଏ ଓ ପାଣିଥିଲାବେଳେ ଧାନ କଟାଯାଏ]