Jump to content

ଭେଦିବା

ଉଇକିଅଭିଧାନ‌ରୁ

ଭେଦିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଭିଦ୍ ଧାତୁ)

[ସମ୍ପାଦନା]
୧. ଭେଦ କରିବା; ବିଦାରଣ କରିବା —୧. To penetrate; to pierce.

(ଉ— ଦ୍ରୁପଦଙ୍କ ଘରେ ଯାଗ ବେଦି ଭେଦି, ଜାତ ହେଲେ ଶଚ ଅଂଶରେ ଦ୍ରୌପଦୀ କୃଷ୍ଣସିଂହ. ମହାଭାରତ. ଆଦି)

୨. (ଜଳ) ପଦାର୍ଥ ମଧ୍ୟରେ ପ୍ରବେଶ କରିବା —୨. To spak or pass through (said of water).


(ଉ—ତହିଁ ଯେ ବ୍ରହ୍ମଶାଳା ଭାଗିରଥୀ ନଦୀ, ରହିଣ ବହୁଛନ୍ତି ପାତାଳକୁ ଭେଦି କୃଷ୍ଣସିଂହ. ମହାଭାରତ ବନ)

୩. କୌଣସି ବିଷୟର ରହସ୍ୟ ଭେଦ କରିବା —୩. To pry into the secrets of a matter.
୪. କୌଣସି ବିଷୟ ଉତ୍ତମରୂପେ ଜାଣିବା —୪. To know a matter well; to be well converrsant with a matter.
୫. ମୋହିବା; ତରଳାଇବା —୫. To charm; to melt (one's heart).

(ଉ—କାଳିନ୍ଦୀ ତଟେ ତୋ କୁମର; ହୃଦୟ ଭେଦିଲା ଆମ୍ଭର ଜଗନ୍ନାଥ. ଭାଗବତ)