ଭେରୁ
ଦେଖଣା
ଭେରୁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିଲ୍ଲ)
[ସମ୍ପାଦନା]ନିମ୍ୱାଦି ବର୍ଗର ମଧ୍ୟମାକୃତି ବନ୍ୟ ତରୁ — The Indian satin wood; Chloroxylon.
[ଦ୍ରଷ୍ଟବ୍ୟ —ଏହି ଗଛ ଓଡ଼ିଶା, ଛୋଟନାଗପୁର ଓ ମଧ୍ୟଭାରତର ନୀରସ ଅରଣ୍ୟରେ ଜନ୍ମେ ଏହା ନିମ୍ୱାଦିବର୍ଗର ମଧ୍ୟମାକୃତି ଅରଣ୍ୟ ତରୁ ଏହାର କାଠ, ପୀତାଭ, ସୁଗନ୍ଧ, ଘନ ଓ ଚିକ୍କଣ ଏହାର ଛେଲି ବାଟି ଧବଳ କୁଷ୍ଠରେ ଲଗାଇଲେ ଉପକାର ହୁଏ ଏ କାଠ ଅତ୍ୟନ୍ତ ଭାର ସହିବାରୁ ଏଥିରେ ଲୋକେ ଅକ କରନ୍ତି ଏ କାଠ କୁନ୍ଦିଲେ ଅତ୍ୟନ୍ତ ଚିକ୍କଣ ହୁଏ; କିନ୍ତୁ ବଡ଼ କାଠ ପ୍ରାୟ ଫାଟିଯାଏ (ଯୋଗେଶ୍ଚନ୍ଦ୍ର); ଏହି କାଠରେ ଘଣାର ଭଲ ମୃଷଳ ହୁଏ ଏ କାଠକୁ ଜଳାଇଲେ ଏଥିରୁ ଖୁବ୍ ଧୂଆଁ ବାହାରେ (ହିନ୍ଦୀ - ଶ)
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -
[ସମ୍ପାଦନା]ଚଟକା—ତଳିଆ ଡଙ୍ଗା — Flat-bottomed boat.