Jump to content

ଭେଳକା

ଉଇକିଅଭିଧାନ‌ରୁ

ଭେଳକା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଭେଳ୍କା, ଭେଳ୍କି—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

=== ଦେଶଜ - ବିଶେଷଣ - [ସଂସ୍କୃତ - ଭେଳି=କ୍ଷିପ୍ର(Apte);ଅଜ୍ଞ, ଭୀରୁ (ମେଦିନୀ)

୧. ଓଲୁ —୧. Stupid.
୨. ସନ୍ନସ୍ତ; ଛାନିଆ —୨. Frightened.
୩. ହତବୁଦ୍ଧି; କିଂ— କର୍ତ୍ତବ୍ୟବିମୂଢ଼ —୩. Bewildered; puzzled.

(ଉ—ନଳିକି ଦାଗି ଦେବା ବେଳେ ନୃପତି ସବୁଙ୍କୁ ଲଗାଇ ଭେଳିକି ବଜ୍ରନାଥ. ସମରତରଙ୍ଗ)

୪. ମୋହିତ —୪. Enchanted.

ବିଶେଷ୍ୟ -

[ସମ୍ପାଦନା]
୧. କିଂକର୍ତ୍ତବ୍ୟବିମୂଢ଼ତା —୧. Bewilderment.
୨. (ସଂସ୍କୃତ - ଭେଳ=ନିର୍ବୋଧ, ଯାହା ଦର୍ଶକକୁ ନିର୍ବୋଧ— ପରି କରିଦିଏ)—କୁହୁକ —୨. Jugglerry; magical trick.

(ଉ—ଦେଖିଲେ ମନେ ଲାଗେ ମଦନ ଭେଳକି, କୃଷ୍ଣସିଂହ. ମହାଭାରତ ଆଦି)

୩. ଝୋଲା; ସଂଜ୍ଞାଲୋପ — ୩. Loss of one's senses.