Jump to content

ଭୈରବ

ଉଇକିଅଭିଧାନ‌ରୁ

ଭୈରବ

ଉଚ୍ଚାରଣ

[ସମ୍ପାଦନା]
(ଭୈରବୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଭୀରୁ+ଅ)

[ସମ୍ପାଦନା]
୧. ମହାଦେବଙ୍କର ଭୟାନକ ଅଷ୍ଟମୂର୍ତ୍ତି (ଯଥା—ଅସିତାଙ୍ଗ, ରୂକ୍ଷ, ଚଣ୍ଡ, କ୍ରୂଦ୍ଧ, ଉନ୍ନତ୍ତ, କୁପିତ ଭୀଷଣ, ସଂହାର) —୧. Eight terrible forms of God Ṡiba.

[ଦ୍ରଷ୍ଟବ୍ୟ —ଯେଉଁ

ସମୟରେ ଅନ୍ଧକ ରାକ୍ଷସ ସଙ୍ଗେ ମହାଦେବଙ୍କର ଯୁଦ୍ଧ ହେଲା ସେହି ସମୟରେ ଅନ୍ଧକର ଗଦା ବାଜି ମହାଦେବଙ୍କ ମୁଣ୍ଡ ଚାରି ଚିରୁଡ଼ା ହୋଇଗଲା, ସେଥିରୁ ରକ୍ତଧାରା ବହିଲା; ସେହି ରକ୍ତଧାରାରୁ ପାଞ୍ଚଟି ଭୈରବ ଉତ୍ପନ୍ନ ହେଲେ କୌଣସି କୈଣସି ପୁରାଣ ମତରେ ଭୈରବୀଙ୍କ ସଂଖ୍ୟା ୮, (ଯଥା— ମହାଭୈରବ, ସଂହାର, ଭୈରବ, ଅସିତାଙ୍ଗ ଭୈରବ, ରୂରୂ ଭୈରବ, କାଳ ଭୈରବ, କ୍ରୋଧ ଭୈରବ, ତାମ୍ରଚୂଡ଼ ଭୈରବ. ଚନ୍ଦ୍ରଚୂଡ଼ ଭୈରବ ମତାନ୍ତରରେ ଏମାନଙ୍କ ନାମ, ଅସିତାଙ୍ଗ ଭୈରବ, ରୂରୂ ଭୈରବ, ଚଣ୍ଡ ଭୈରବ କ୍ରୋଧ ଭୈରବ, ଉନ୍ନତ୍ତ ଭୈରବ, କପାଳ ଭୈରବ, ଭୀଷଣ ଭୈରବ, ସଂହାର ଭୈରବ ତାନ୍ତ୍ରିକମାନେ ଭୈରବମାନଙ୍କୁ ବିଶିଷ୍ଟରୂପେ ଉପାସନା କରନ୍ତି— ହିନ୍ଦୀ - ଶ. ଭୈରବମାନଙ୍କ ଉତ୍ପତ୍ତି ସମ୍ୱନ୍ଧେ ଆଉ ଏକ ଉପାଖ୍ୟାନ ପାଇଁ ପୀଠ ଶବ୍ଦ ତଳେ ଟୀକା ଦ୍ରଷ୍ଟବ୍ୟ; ରେଖାପଞ୍ଚମ ଦିନ କବାଟରେ ଓ କାନ୍ଥରେ ଚିତ୍ରିତ ଭୈରବ ମୂର୍ତ୍ତି ଏକପଦ ବିଶିଷ୍ଟ ଅଟନ୍ତି; କାଶୀରେ ଭୈରବଙ୍କ ମନ୍ଦିର ଅଛି ଓ ଏଠାକୁ ଦର୍ଶନ କରିବାକୁ ଯିବା ଯାତ୍ରୀମାନଙ୍କୁ ସେଠାର ପଣ୍ଡାମାନେ ମୟୂରପୃଚ୍ଛର ବିଡ଼ାରେ ନାମମାତ୍ର ପ୍ରହାର କରନ୍ତି] 
୨. ମହାଦେବ; ଶିବ —୨. Ṡiba.
୩. ନଦୀବିଶେଷ — ୩. Name of a river.
୪. ରାଗବିଶେଷ; ହିନ୍ଦୁ ସଙ୍ଗୀତର ୬ ରାଗ ମଧ୍ୟରୁ ଏକତମ; ମାଳବ ରାଗ — ୪. Name of one of the six musical airs of the Hindus.

[ଦ୍ରଷ୍ଟବ୍ୟ —ହନୁମାନଙ୍କ ମତରେ ଏହା ୬ ରାଗ ମଧ୍ୟରୁ ଏକ ଏହାର ରାଗିଣୀ ୫, ଯଥା— ଭୈରବୀ, ବୈରାରୀ, ମଧୂମାଧବୀ, ସିନ୍ଧବୀ ବଂଗାଳୀ ଏହା ହାସ୍ୟରସର ରାଗ]

୫. ଭୟଙ୍କର ରୂପ — ୫. Terrible form.
୬. ତାରାବତୀ ଗର୍ଭରେ ଶିବଙ୍କ ଔରସରୁ ଜାତ ପୁତ୍ର —୬. The son of Ṡiba born of Tārābatī.

(ଉ—ବହି ଖଡ଼ଗ ଫଳକ ଅସୁର ଭୈରବ—ଭଞ୍ଜ. ବୈଦେହୀଶବିଳାସ)

୭. ଭୟଙ୍କର ଶବ୍ଦ (ହିନ୍ଦୀ - ଶ) — ୭. Terrible noise.
୮. କାବ୍ୟରେ ଭୟଙ୍କର ରସ (ହିନ୍ଦୀ - ଶ) —୮. The terrific sentiment in literature.
୯. ନାଗବିଶେଷ (ହିନ୍ଦୀ - ଶ.) — ୯. Name of a mythological serpent.
୧. ଯେଉଁ ତାନ୍ତ୍ରିକ ମଦିରାପାନ କରୁ କରୁ ବମନ କରନ୍ତି (ହିନ୍ଦୀ - ଶ.) —୧୦. A Tantrik worshipper who vomits while taking wine.
୧୧. ସଙ୍ଗୀତର ତାଳବିଶେଷ (ହିନ୍ଦୀ - ଶ.) —୧୧. Name of a musical measure.

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଲୋକଙ୍କୁ ଦିଆଯିବା ନାମ —A name given to males.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ଭୟଙ୍କର — Terrible; frightful.
୨. ଦୁଃଖାତ୍ତି —Miserable (Apte).
୩. ଭୀମନାଦୀ (ହିନ୍ଦୀ - ଶ.) — ୩. Of frightful sound or roar.