Jump to content

ଭୋଗ

ଉଇକିଅଭିଧାନ‌ରୁ

ଭୋଗ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଭୁଜ୍ ଧାତୁ=ଖାଇବାସ ଭୋଗ କରିବା+କର୍ମ. ଅ)

[ସମ୍ପାଦନା]
୧. ସୁଖର କିମ୍ୱା ଦୁଃଖର ଅନୁଭୂତି —୧. Experience of pleasure or pain; enjoyment of pleasure or suffering from pain.
୨. ଉପଭୋଗ —୨. Enjoyment.
୩. ଭୋଜନ, ଭକ୍ଷଣ —୩. Eating.
୪. ଧନାଦି ଉପଭୋଗଜନିତ ସୁଖ —୪. Wordly happiness.
୫. ସୁଖ; ବିଳାସ —୫. Luxury.
୬. ଧନ; ଐଶ୍ୱର୍ଯ୍ୟ — ୬. Riches; prosperity.
୭. ଅଧିକାର —୭. Possession.
୮. ଦେବତାଙ୍କ ଉଦ୍ଦେଶ୍ୟରେ ନିବେଦିତ ଭୋଜ୍ୟ ଦ୍ରବ୍ୟ; ନୈବେଦ୍ୟ —୮. Food offered to a Deity;offering.

[ଦ୍ରଷ୍ଟବ୍ୟ —ଦେବତାଙ୍କୁ ନୈବେଦ୍ୟ ସମର୍ପିତ ହେବା ପରେ ନିବେଦିତ ବସ୍ତୁକୁ ଭୋଗ ବୋଲାଯାଏ ଓ ଭୋଗ ହେବା ପୂର୍ବରୁ ତାକୁ ଅମୁଣିଆ ବୋଲାଯାଏ]

୯. ଭୋଜ୍ୟ ବସ୍ତୁ —୯. Food.
୧. ସାପ —୧୦. Serpent.
୧୧. ସର୍ପ ଫଣା — ୧୧. Serpent's hood.
୧୨. ସର୍ପ ଦେହ — ୧୨. The body of a serpent.
୧୩. ପଣ୍ୟ ସ୍ତ୍ରୀର ବା ବେଶ୍ୟାର ବେତନ —୧୩. The remuneration paid to a prostitute.
୧୪. ପାଳନ — ୧୪. Maintainance; bringing up.
୧୫. ଦେବ —୧୫. Deity.
୧୬. ସମୟ ଯାପନ; କାଳାତିକ୍ରମ; ସମୟ ବିତିବା —୧୬. The passing of time.
୧୭. ରୋଗୀର ଶରୀରରେ ରୋଗର ସ୍ଥିତିକାଳ —୧୭. The duration of an attack of a disease.
୧୮. ସ୍ତ୍ରୀସଂଭୋଗ; ରମଣ (ହିନ୍ଦୀ - ଶ) —୧୮. Cohabitation.

(ଉ—ତେବେ ହେଲେ ତୁମ୍ଭର ପରସ୍ତିରୀ ଭୋଗ, କରିବାରେ ତ ବଢ଼ଅଛି ଅନୁରାଗ କୃଷ୍ଣସିଂହ. ମହାଭାରତ. ଅନୁଶାସନ)

୧୯. ଦୁଃଖ; କଷ୍ଟ (ହିନ୍ଦୀ - ଶ) —୧୯. Pain; suffering.
୨. ମାନ; ପରିମାଣ (ହିନ୍ଦୀ - ଶ) — ୨୦. Meausre.
୨୧. ଗୃହ; ଘର (ହିନ୍ଦୀ - ଶ) — ୨୧. House; habitation.
୨୨. ପ୍ରାରବ୍ଧ; ପୂର୍ବ ଜନ୍ମାର୍ଜିତ ପାପ ପୁଣ୍ୟର ଫଳ; ଯାହା କି ମନୁଷ୍ୟ ସହିବାଦ୍ୱାରା ଭୋଗ କରେ (ହିନ୍ଦୀ - ଶ) —୨୨. The result of one's sins or meritorious acts in a previ ous existence which a person undergoes in this life.
୨୩. ସୈନ୍ୟ ବ୍ୟୂହ ବିଶେଷ (ହିନ୍ଦୀ - ଶ) — ୨୩. A kind of battle-array.
୨୪. ଫଳ (ହିନ୍ଦୀ - ଶ) ୨୪. Result.
୨୫. (ଆଇନ୍) ସମ୍ପତ୍ତିରେ ଅଧିକାର; ଦଖଲ — ୨୬. (Law) Possession.
୨୬. ଭଡ଼ା; କେରେୟା (ହିନ୍ଦୀ - ଶ) —୨୬. Hire.
୨୭. (ଜ୍ୟୋତିଷ) ଗ୍ରହର ଏକ ରାଶିରେ ରହିବା ସମୟ (ହିନ୍ଦୀ - ଶ) —୨୭. The time during which a planet is within a certain sign.
୨୮. ନଗର ବା ପ୍ରଦେଶ —୨୮. Town or province.
୨୯. ଭୋଜୀ —୨୯. Feast; repast (Apte).