Jump to content

ଭୋଜ

ଉଇକିଅଭିଧାନ‌ରୁ

ଭୋଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାମ) (ଭୁଜ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଯଦୁବଂଶ — ୧. The Royal dynasty of j̄adus
୨. ମାଳବଦେଶର ପ୍ରାଚୀନ ରାଜଧାନୀ; ଧାରା ନଗରୀ; ଭୋଜପୁରୀ —୨. The ancient capital of the Māḻaba kingdom.

[ଦ୍ରଷ୍ଟବ୍ୟ —ଏହା ଖ୍ରୀଷ୍ଟୀୟ ଦଶମ ଓ ଅକାଦଶ ଶତୀଦ୍ଦୀରେ ସମୃଦ୍ଧିଶାଳୀ ଥିଲା]

୩. ଭୋଜ— ନଗରୀର ପ୍ରସିଦ୍ଧ ରାଜାଙ୍କ ନାମ ; ଭୋଜରାଜ — ୩. The name of a famous king of Bhoja.

[ଦ୍ରଷ୍ଟବ୍ୟ —ଏ ଏନ୍ଦୌଜାଲିକ ବିଦ୍ୟାରେ ବିଶେଷ ପାରଙ୍ଗମ ଥିଲେ ଓ ଏହାଙ୍କ କନ୍ୟା ଭାନୁମତୀ ମଧ୍ୟ ଜଣେ ପ୍ରସିଦ୍ଧ କୁହୁକିନୀ ଥିଲେ ଏହାଙ୍କ ସ୍ତ୍ରୀ ନାମ ଲୀଳାବତୀ; ସେ ମଧ୍ୟ ବିଦୂଷୀ— ଥିଲେ କାଳିଦାସ କବି ଏହାଙ୍କ ରାଜସଭାର ନବରତ୍ନ ବୋଲି ପ୍ରସିଦ୍ଧି ଅଛି ଏ ରାଜା ବେତାଳ ସାଧନ କରି— ଥିଲେ ଏ ଖ୍ରୀଷ୍ଟୀୟ ୧ମ ଶତାବ୍ଦୀର ଶେଷାଂଶ ବା ୧୧: ଶ ଶତାବ୍ଦୀର ପ୍ରଥମାଂଶରେ ରାଜତ୍ୱ କରୁଥିବାର ଅନୁମିତ ହୁଏ ଏ ସଂସ୍କୃତ ବିଦ୍ୟାରେ ପଣ୍ଡିତ ଓ ଅନୁରାଗୀ ଥିଲେ ଓ ଶୃଙ୍ଗାରମଞରୀ, ଚମ୍ପୂ ରାମାୟଣ, ଚାରୁଚର୍ଯ୍ୟା, ସରସ୍ୱତୀକଣ୍ଠାଭରଣ, ତତ୍ତ୍ୱପ୍ରକାଶ, ବ୍ୟବହାରସମୁଳୟ ଆଦି ଗ୍ରନ୍ଥ ରଚନା କରିଥିଲେ ହିନ୍ଦୀ - ଶ.]

୪. ବିଦର୍ଭ ଦେଶରେ ରାଜା —୪. Name of a king of Bidarbha; the father of Indumatī.

[ଦ୍ରଷ୍ଟବ୍ୟ —ଏହାଙ୍କ କନ୍ୟା ଇନ୍ଦୁମତୀଙ୍କୁ ରଘୁବଂଶୀୟ ରାଜା ଅଜ ବିବାହ କରି— ଥିଲେ ]

୫. ଭୋଜବିଦ୍ୟା; ଭୋଜବାଜୀ; କୁହୁକ — ୫. Magic; Legerdemain.
୬. ଶାନ୍ତିଦେବୀଙ୍କ ଗର୍ଭଜାତ ବସୁଦେବଙ୍କ ପୁତ୍ର (ହିନ୍ଦୀ - ଶ) —୬. Name of a son of Basudeba.
୭. ଶ୍ରୀକୃଷ୍ଣଙ୍କ ସଖା ଗୋପବାଳକ ବିଶେଷ (ହିନ୍ଦୀ - ଶ) —୭. Name of a cowherd compainion of Ṡrīṛushṇa.
୮. ଖ୍ରୀଷ୍ଟୀୟ ନବମ ଶତାବ୍ଦୀରେ ରାଜତ୍ୱ କରୁଥିବାରୁ ଜାନ୍ୟ— କୁବ୍ଜର ରାଜା —୮. Name of a king of Kannouj in the ୯th century A. D.
୯. ଆଧୁନିକ ବିହାର ପ୍ରଦେଶସ୍ଥ ଭୋଦପୁର (ହିନ୍ଦୀ - ଶ) — ୯. The ancient name of Bhojapur in Patna.

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ଭୋଜନ)

[ସମ୍ପାଦନା]
୧. ଭୋଜଲ — ୧. Eating.

[ଉ—ଶାକ ଫଳ ମୂଳ ଖାଇଣ ପୁଷ୍କରରେ, ରହି ଦ୍ୱିଜଙ୍କୁ ଯେ ଦିଅଇ ଭୋଜ ଥରେ କୃଷ୍ଣସିଂହ. ମହାଭାରତ. ବନ ]

୨. ଭୋଜୀ —୨. A feast; banquet.

ଗ୍ରାମ୍ୟ -(ଇତର)

[ସମ୍ପାଦନା]
୧. ବୋଝ — ୧. A load.
୨. ଅଙ୍ଗା; ଭାରରେ ବୁହା ହେବା ଦୁଇଟି ବୋଝରୁ ଗୋଟିଏ —୨. One of the two loads carried suspended from a yoke.