ଭୋଜ୍ୟ
ଦେଖଣା
ଭୋଜ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଭୁଜ୍ ଧାତୁ+କର୍ମ. ଯ)
[ସମ୍ପାଦନା]ଭୋଜନୀୟ; ଖାଦ୍ୟ; ଖାଇବା ଉପଯୋଗୀ —Eatable; fit to be taken.
[ଦ୍ରଷ୍ଟବ୍ୟ —ଭୋଜ୍ୟ ଓ ଭୋଗ୍ୟ ଏକ ଧାତୁରୁ ଓ ଏକ ପ୍ରତ୍ୟୟରୁ ବିଷ୍ପନ୍ନ; କିନ୍ତୁ ଭୋଗ୍ୟର ଅର୍ଥ ଭୋଗ କରିବାର ଉପଯୋଗୀ ]
ବିଶେଷ୍ୟ -
[ସମ୍ପାଦନା]- ୧. ଖାଦ୍ୟବସ୍ତୁ — ୧. Food.
- ୨. ଖାଇବାପାଇଁ ଅଭିପ୍ରେତ ଦ୍ରବ୍ୟଚୟ — ୨. Eatables; victuals; Provisions.
- ୩. ସୁସ୍ୱାଦୁ ବା ରୁଚିକର ଖାଦ୍ୟ —୩. A dainty (Apte).
- ୪. ଲାଭ —୪. Advantage; benefit (Apte).
- ୫. ପିତୃପୁରୁଷଙ୍କୁ ପ୍ରଦତ୍ତ ଭୋଜ୍ୟବସ୍ତୁ — ୫. Eatables offered to the manes (Apte).
- ୬. ସ୍ୱର୍ଗଗତ ପିତୃପୁରୁଷଙ୍କ ଶ୍ରାଦ୍ଧ ଉପଲକ୍ଷରେ ବ୍ରାହ୍ମଣଙ୍କୁ ଉତ୍କୃଷ୍ଟ ଖାଦ୍ୟଦ୍ରବ୍ୟସମ୍ଭାର; ସିଧା; ସଞ୍ଚା —୬. Victuals presented to Brāhmaṇas on the occasion of Srāddha.
[ଦ୍ରଷ୍ଟବ୍ୟ —ଯେଉଁମାନେ ଶ୍ରାଦ୍ଧ ଦିନ ପିତୃ— ଲୋକଙ୍କୁ ପିଣ୍ଡ ଦିଅନ୍ତି ସେମାନେ ବ୍ରାହ୍ମଣମାନଙ୍କୁ ଅରନ୍ଧା ଖାଦ୍ୟଦ୍ରବ୍ୟ ସମ୍ଭାର ଦାନ କରନ୍ତି ]