ଭୋଳ
ଦେଖଣା
ଭୋଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ବିହଳ)
[ସମ୍ପାଦନା]- ୧. ମୋହିତ; ମୁଗ୍ଧ;ବିହଳ — ୧. Enchanted.
- ୨. ବାଇ; ବାତୁଳ; ଉନ୍ନତ୍ତ — ୨. Intoxicated; maddened.
(ଉ—ମଦିରା ପାନେ ଭୋଳ ହୋଇ, ଯେହ୍ନେ ବିବସ୍ତ୍ର ନ ଜାଣଇ ଜଗନ୍ନାଥ ଭାଗବତ)
- ୩. ହିତାହିତ ବିବେଚନା ଶୂନ୍ୟ — ୩. Incapable of distinguishing between right and wrong.
- ୪. ଭ୍ରାନ୍ତ —୪. Mistaken
- ୫. ବାଉଳା; ବିସ୍ମରଣଶୀଳ; ଯେ ଭୁଲିଯାଏ —୫. Forgetful.
(ଉ—ଆପୁଆ ଚୋର, ଗଞ୍ଜେଇଆ ଭୋଳ, ଧୂଆଁ ପତୁରିଆ ଘରେ ନିତି ଗୋଳ—ଢଗ)
ବିଶେଷ୍ୟ -
[ସମ୍ପାଦନା]- ୧. ଉନ୍ନତ୍ତତା —୧. Madness.
- ୨. ଭ୍ରାନ୍ତି; ଭ୍ରମ — ୨. Mistake.
- ୩. ବାଉଳା; ବିସ୍କୃତି —୩. Forgetfulness; oblivion.
- ୪. ଶୁଦ୍ର ଓ ମାସ୍ତାନମାନଙ୍କ ବଂଶୋପାଧି ବିଶେଷ —୪. A family title of Ṡūdras and Māstānas.
- ୫. (ସଂସ୍କୃତ - ଭୋଳ) ଚିଲିକାରେ ମିଳିବା ଏକ ପ୍ରକାର ମାଛ —୫. A class of salt-water fish (in Chilkā)
- ୬. ଜମିର ବନ୍ଧରେ ବା ହିଡ଼ରେ ଫୁଟିବା କଣା ବା ଗଳିଆ —୬. A hole under a ridge or embankment.
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ଯେଉଁ ଚିକିଟା ଲୁଣି ମାଟି ବର୍ଷା ଦିନେ ଫଲଫଲେଇ ଯାଏ — Saline soil which becomes swollen during the rains.
[ ଦ୍ର—ଜଙ୍ଗଲ ଅଞ୍ଚଳରେ ଏହି ଲୁଣି ମାଟି ବର୍ଷା ପାଣି ସଙ୍ଗେ ଧୋଇ ହୋଇ ଆସି ଯେଉଁ ସ୍ଥାନରେ ଜମା ହୋଇଥାଏ, ସେହି ଲୁଣି ପାଣି ଓ ମାଟିକୁ ଖାଇବା ପାଇଁ ସେଠାକୁ ମୃଗ, ଶମ୍ୱର ଓ ଗୟଳମାନେ ଆସନ୍ତି ବାଣୁଆମାନେ ସେ ସ୍ଥାନ ଉଣ୍ଡି ତହିଁ ନିକଟରେ ଛକି ରହି ଭୋଳ ଖାଇବାକୁ ଆସିବା ପଶୁଙ୍କୁ ଶିକାର କରନ୍ତି ]
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବୋଦସି ମାଛ ପରି ଏକ ପ୍ରକାର କାତିଆ ମାଛ (ଏହାର ଧଳା ଦେହର ନେଳିଆ ତିଳ ଚିହ୍ନ ଥାଏ; ଗାଲିଶି ଛୋଟ ଓ ମୁହଁ ପାର୍ଶ୍ୱରେ ବିସ୍ତୁତ; ବନସିରେ ସହଜରେ ଧରା ପଡ଼େ—ଯୋଗେଶ୍ଚନ୍ଦ୍ର ପାଠାର୍ଥୀମାନେ ଏ ମାଛ ଖାଇଲେ ପାଠ ଭୁଲି ଯାଆନ୍ତି ବୋଲି ଲୋକଙ୍କୁ ବିଶ୍ୱାସ ଅଛି) —Barellius Bola (fish)