ଭ୍ରମ
ଦେଖଣା
ଭ୍ରମ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଭ୍ରମ୍ ଧାତୁ+ଭାବ.ଅ)
[ସମ୍ପାଦନା]- ୧. ଭ୍ରାନ୍ତି; ଭୁଲ — ୧. Mistake; erring; error.
- ୨. ମିଥ୍ୟାଜ୍ଞାନ; ମାୟା —୨. Illusion; delusion.
- ୩. ଭ୍ରମଣ; ବୁଲିବା —୩. Walking.
- ୪. (+କର୍ତ୍ତୃ. ଅ) ଜଳାବର୍ତ୍ତ; ମଳମଳି —୪. Eddy; whirlpool.
- ୫. ବିଗିଡ଼ିବା; ଭ୍ରଂଶ —୫. Aberration.
- ୬. ଚକ୍ରିଦେବା; ଘୁରିବା —୬. Whirling.
- ୭. ମୁଣ୍ଡ ବୁଲାଇ ହେବା —୭. Dizziness.
- ୮. (+କର୍ତ୍ତୃ. ଅ) କୁମ୍ଭକାରର ଚକ୍ର —୮. Potter's wheel.
- ୯. କୁନ୍ଦାଯନ୍ତ୍ର —୯. A turning lathe.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭର୍ମ)
[ସମ୍ପାଦନା]ସ୍ୱର୍ଣ୍ଣ —Gold.
[ଉ—ଉଛି ସୁମନ ଗନ୍ଧେ କାହା କବରୀ ସାଜିବି ଭ୍ରମ ଗଉରୀ—ଭଞ୍ଜ. ପ୍ରେମସୁଧାନିଧି ]
ବିଶେଷଣ -
[ସମ୍ପାଦନା]ଭ୍ରାନ୍ତ —Mistaken; deluded.
[ ଉ—କେ ଜାଣଇ ସୀତା, କାହାର ବନିତା, କି କାରଣେ ହୁଅ ଭ୍ରମ ହେ—ବିଶ୍ୱନାଥ. ବିଚିତ୍ର ରାମାୟଣ ]