ମକର

ଉଇକିଅଭିଧାନ‌ରୁ

ମକର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବି—(ମ=ମୁଖ, ବିଷ+କୃ ଧାତୁ=ବିକ୍ଷେପ କରିବା+କର୍ତ୍ତୃ. ଅ; କିମ୍ୱା ମାୟା+କୃ ଧାତୁ+କର୍ତ୍ତୃ. ଅ; କିମ୍ୱା ମ= ମନୁଷ୍ୟ+କୃ ଧାତୁ=ହିଂସା କରିବା+କର୍ତ୍ତୃ. ଅ; ନିପାତନ ସିଦ୍ଧ)[ସମ୍ପାଦନା]

୧. ପୁରାଣବର୍ଣ୍ଣିତ ଜଳଜନ୍ତୁ ବିଶେଷ —୧. A mythological marina animal (half beast and half fish.)

[ଦ୍ରଷ୍ଟବ୍ୟ —ଶଙ୍ଗାଙ୍କ ବାହନ ଓ କାମଦେବଙ୍କ ଧ୍ୱଜ ଅଟେ ପୁରାଣ ବର୍ଣ୍ଣନା ଅନୁସାରେ ଏହାର ଗୋଟିଏ ଶୁଣ୍ଢ ଅଛି ଏହାର ମସ୍ତକ ଓ ଆଗଗୋଡ଼ ଦ୍ୱୟ କୃଷ୍ଣସାର ମୃଗ ପରି ଏବଂ ଦେହ ଓ ପୁଚ୍ଛ ମତ୍ସ୍ୟ ପରି କେହି କେହି ଏହାକୁ କୁମ୍ଭୀର, କେହି ହାଙ୍ଗର କହନ୍ତି ପ୍ରାଚୀନ କାଳର ଅଙ୍କିତ ଚିତ୍ରରେ ଓ ପ୍ରସ୍ତରାଦି ଖୋଦିତ ମୂର୍ତ୍ତିମାନଙ୍କର ଏହାର ଦେହ କୁମ୍ଭୀର ପରି ଓ ହାତୀ ପରି ଗୋଟିଏ ଶୁଣ୍ଢ ଏ ଉପରକୁ ଟେକି ଥିବାର ଚିତ୍ରିତ ହୋଇ ଥାଏ ଏ ଶବ୍ଦର ଅପଭ୍ରଂଶ ମଗର]

୨. ଏକ ଶୃଙ୍ଗ ବିଶିଷ୍ଟ ମତ୍ସ୍ୟ— ବିଶେଷ; ମଗର; ଖଣ୍ଡା ମଗର —୨. Sword-fish.

(ଦ୍ର—ଏହାର ଉପର ଓଠରୁ ଗୋଟିଏ ଶୃଙ୍ଗ ଦୁଇ ପାଖେ ପାନିଆ ପରି ଦନ୍ତୁରିତ ହୋଇ ଆଗକୁ ବାହାରିଥାଏ)

୩. ମୁଣ୍ଡାମଗର; ହାଙ୍ଗର —୩. Shark.
୪. (ଜ୍ୟୋତିଷ) ରାଶିଚକ୍ରର ଦଶମ ରାଶି —୪. The sign of Capricorn in the zodiac.
୫. କୁବେରଙ୍କ ନିଧିବିଶେଷ — ୫. The name of a gem of the Hindu God of wealth.
୬. ସୌରମାନ ମାଘ ମାସ — ୬. The solar month of Māgha.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ମକର ସଂକ୍ରାନ୍ତି ଦିନ ଦେବତାଙ୍କୁ ଭୋଗ କରା ଯାଉଥିବା 'ମକରଚାଉଳ' ଖୁଆଖୋଇ ହୋଇ ଦୁଇଜଣଙ୍କ ମଧ୍ୟରେ ସ୍ଥାପିତ ବନ୍ଧୁତା —A god-relationship or sworn friendship set up between two persons by feeding the other some Makara chāuḻa.