ମଙ୍ଗଳା
ଦେଖଣା
ମଙ୍ଗଳା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ମଙ୍ଗଳ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ଭଗବତୀ; ପାର୍ବତୀ; ଦୁର୍ଗା —୧. Durgā.
- ୨. ପତିବ୍ରତା ସ୍ତ୍ରୀ —୨. A chaste lady; a lady devoted to her husband.
- ୩. ଶୁକ୍ଳ ଦୁର୍ବା; ଧଳା ଦୁବ —୩. The bleached creeping grass
- ୪. ହରିଦ୍ରା; ହଳଦୀ — ୪. Turmeric
- ୫. ଦୁର୍ବା; ନୀଳ ଦୁର୍ବା —୫. The blue Dooba grass.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପୁରୀ ଜିଲ୍ଲା କାକଟପୁରସ୍ଥା ଦୁର୍ଗା ଠାକୁରାଣୀ —୧. Name of the image of Goddess Durgā in Kākaṭapur (District Puri)
- ୨. ପେନ୍ଥେଇ ଠାକୁରାଣୀ; ବାଟ ମଙ୍ଗଳା —୨. A popular Goddess worshipped by village females in a hole dug in cross-ways of a village road.
[ଦ୍ରଷ୍ଟବ୍ୟ —ଏହାଙ୍କୁ ଗ୍ରାମର ସ୍ତ୍ରୀଲୋକ— ମାନେ ଗ୍ରାମର ଦୋଛକି ଗାତ ଖୋଳି ପଣା ଇତ୍ୟାଦି ଭୋଗ ଦେଇ ପୂଜା କରନ୍ତି ଓ ସେ ଦିନ ରାତିରେ ଘର ମଧ୍ୟରେ ଗୋଟିଏ ଶିଳପୁଆକୁ ଏହି ପନ୍ଥେଈ ବା ମଙ୍ଗଳା ଠାକୁରାଣୀ ରୂପେ କଳ୍ପନା କରି ତାଙ୍କ ନିକଟରେ ଗଇଣ୍ଠା ଅଟକାଳି ଆଦି ଭୋଗ କରନ୍ତି]
- ୩. ମାଟି ବଂଶ ଅବଧାନ ମାନେ ଭିକ୍ଷା କରିବା ପାଇଁ ସଙ୍ଗରେ ଘେନି ବୁଲିବ ସରସ୍ୱତୀ ଠାକୁରାଣୀଙ୍କ ମୂର୍ତ୍ତି —୩. The image of Saraswati carried by village pedagoguess while going a begging.
- ୪. ବିବାହର ଏତେ ଦିନ ସଂଖ୍ୟା —୪. So many days from the day of marriage.
[ଦ୍ରଷ୍ଟବ୍ୟ —ଏହି ଶବ୍ଦ ଅନ୍ୟାନ୍ୟ ଶଦ୍ଦ ସହିତ ମିଳିତ ହୋଇ ବ୍ୟବହୃତ ହୁଏ ଯଥା—ତିନି ମଙ୍ଗଳା, ପାଞ୍ଚ ମଙ୍ଗଳା, ଛଅ ମଙ୍ଗଳା, ସାତ ମଙ୍ଗଳା, ଆଠ ମଙ୍ଗଳା, ଦଶ ମଙ୍ଗଳା
ବିଶେଷଣ -
[ସମ୍ପାଦନା]ମଙ୍ଗୁଳା (ଦେଖ) - Maṅguḻā (See)
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ଶୂଦ୍ର, ପାଣ ଓ ଛୋଟ ଅନ୍ୟ ଛୋଟ ଜାତିମାନଙ୍କ ଗ୍ରାମରେ ପୂଜା ପାଉଥିବା ଗ୍ରାମ ଦେବତା —A village Goddess worshipped by Sūdras and low caste people, such as Pāṅas and others.
[ଦ୍ରଷ୍ଟବ୍ୟ —ଆଶ୍ୱିନ ମାସରେ ମଙ୍ଗଳା ଜାତ ହୁଏ ଓ ଚୈତ୍ର ଏବଂ ଆଶ୍ୱିନ ମାସରେ ମଙ୍ଗଳ ବାର ଦିନ ଏହାଙ୍କ ପାଖରେ ଭୋଗ ଦିଆଯାଏ ଓ ମାଜଣା ହୁଏ]