ମଜୁରା
ଦେଖଣା
ମଜୁରା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମଜୁରା
|
ବୈଦେଶିକ - ବିଶେଷ୍ୟ - (ଆରବୀ - ମଜୁରା)
[ସମ୍ପାଦନା]ପୂର୍ବରୁ ଦିଆଯାଇଥିବା ଧନକୁ ପରେ ହିସାବ ସମୟରେ କାଟିବା ବା ଭରଣା ଦେବା —Accounting for or setting off money paid before; a set-off.
ପ୍ରାଦେଶିକ - (ଗଡ଼ଜାତ) (ଆରବୀ - ମଜୁରା)
[ସମ୍ପାଦନା]ରାଜାଙ୍କୁ କରାଯିବ ପ୍ରଣାମ ବା ଅଭିବାଦନ —Obeisance made to a king.
(ଉ—ମଜୁରକା କରି ହୁକୁମ ପାଇ ଯାନ୍ତି ସତ୍ୱର ବ୍ରଜନାଥ ସମତରଙ୍ଗ)
[ଦ୍ରଷ୍ଟବ୍ୟ —ସାଦଧାରଣ ପ୍ରଣାମ ଅପେକ୍ଷା ପ୍ରଜାର ରାଜଙ୍କୁ କରିବା ପ୍ରଣାମ ବା 'ମଜୁରି'ର ପ୍ରଭେଦ ଅଛି ମଜୁରା କରିବା ଲୋକ ଆଗ କରି ମୁଣ୍ଡକୁ ତଳେ ଲଗାଏ ପରେ ଆପଣା ହାତକୁ ମୁଣ୍ଡରେ, ବେକରେ ଓ ପେଟରେ ଛୁଆଁଏ ଏଥିର ଅର୍ଥ ଏହିକି ମୁଣ୍ଡ ଛାମୁଙ୍କର ଏ ବେକ ଛାମୁଙ୍କର ଅଟେ ଓ ଏ ପେଟ ଛାମୁଙ୍କ ଅନ୍ନରେ ପାଳିତ ହେଉଅଛି]