Jump to content

ମଜ୍ଜା

ଉଇକିଅଭିଧାନ‌ରୁ

ମଜ୍ଜା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବି—(ମଜ୍ଜ ବା ମସଜ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ . ଆ; ଏହା ଅସ୍ଥି ଭିତରେ ମଗ୍ନ ଥାଏ ବୋଲି)

[ସମ୍ପାଦନା]
୧. ହାଡ଼ରସା ଅସ୍ତ ମଧ୍ୟରେ ଥିବା ଚିକ୍କଣ ପଦାର୍ଥ —୧. Marrow.
୨. ବୃକ୍ଷର ରସ —୨. Sap.
୩. ବୃକ୍ଷର ମଞ୍ଜି —୩. The pith of a tree.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ଲକ୍ଷଣାର୍ଥ)— ଅନ୍ତଃସ୍ଥଳ —୧. (figurative) Inside.
୨. ଅନ୍ତଚତମ ପ୍ରଦେଶ —୨ Innermost place.
୩. ହୃଦୟ; ମନ; ଅନ୍ତଃକରଣ —୩. Heart; mind

(ଉ— କେବଳ ହେଲା ମୋ ମଜ୍ଜା ମଜ୍ଜିଯିବି ଉଭା ରତିରେ କବିସୂର୍ଯ୍ୟ କିଶୋରଚମ୍ପୁ କ. ଗୀତ)

୪. ଇଚ୍ଛା ୪. Wish; desire.

(ଉ— ଦମୟନ୍ତୀ ପାଶକୁ ଯିବାକୁ କଲେ ମଜ୍ଜା କୃଷ୍ଣସିଂହ. ମହାଭାରତ ବନ)

୫. ମନୋଗତ ଭାବ —୫. Intention; motive.

(ଉ— ଆଜି ଆସି କହିଲେ ମୋତେ ନଳ ରାଜା, ଆଣି ଦେଲେ ଜୀଇଁବି ଏ ମୋହର ମଜ୍ଜା କୃଷ୍ଣସିଂହ. ମହାଭାରତ. ବନ)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ମଜା)

[ସମ୍ପାଦନା]
୧. ମଉଜ; ସୁଖ; ଆନନ୍ଦ —୧. Pleasure.
୨. ସୁଖ ଭୋଗ —୨. Enjoyment of pleasure.
୩. କୌତୁକ — ୩. Amusement.