ମଟର
ମଟର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ତୁଳ;ସଂସ୍କୃତ - ବର୍ତ୍ତୁଳ)
[ସମ୍ପାଦନା]ବର୍ତ୍ତୁଳ ବୀଜବିଶିଷ୍ଟ ଶିମ୍ୱ— ଜାତୀୟ କୃଷିଜାତ ଲତାଫଳବିଶେଷ —The pea; pisum Arvense.
[ ଦ୍ର—ଆମ ଦେଶରେ ଦୁଇ ପ୍ରକାର ମଟରର କୃଷି ହୁଏ
- ୧. ଦେଶୀ ମଟର —୧. Field pea; Pisum Arvense.
[ ଦ୍ର—ଏହାର ଛୁଇଁ ଚେପ୍ଟା, ଫୁଲ ବାଇଗଣୀ ରଙ୍ଗର ଏଥିର କଅଁଳ ଛୁଇଁକୁ ଓ ମ଼ଞ୍ଜିକୁ ତରକାରୀ କରି ଖିଆଯାଏ]
- ୨. କାବୁଲି ମଟର — ୨. Pisum Sativium.
- ୩. ଆଉ ଏକ ପ୍ରକାର ମଟରଜାତୀୟ ଛୋଟ ବର୍ଷଜୀବୀ ଲତା ଅଛି ଏହାକୁ ଲୋକେ ସୁଗନ୍ଧ ଫୁଲର ସଉକରେ ଲଗାନ୍ତି ଏହାର ନାମ ସୁଗନ୍ଧ ମଟର —୩. Sweet pea; Lathyrus Odoratos.
[ ଦ୍ର—ଦେଶୀ ମଟର ଗଛର ଫୁଲ ବାଇଗଣୀ. କାବୁଲୀ ମଟର ଫୁଲ ଧଳା ଏ ମଞ୍ଜିକୁ ବର୍ଷା ଓ ଶରତକାଳରେ ଗହିରା ଚାଷ ହୋଇଥିବା ଓ ଖତ ଦିଆଯାଇଥିବା କିଆରିରେ ଧାଡ଼ି ଧାଡ଼ି କରି ଲଗାଯାଏ ଏ ଲତାକୁ ରଞ୍ଜାରେ ମଡ଼ାଯାଏ ଏଥିର ଛୁଇଁ ମଧ୍ୟରେ ଗୋଲ ମଞ୍ଜିମାନ ଥାଏ ଖୁବ୍ କଅଁଳ ଛୁଇଁକୁ ଓ କଞ୍ଚାମଞ୍ଜିକୁ ତରକାରୀ ଓ ଭାଜିକରି ଖିଆଯାଏ ଛୁଇଁ ପାଚିଲେ ମଞ୍ଜିକୁ ଶୁଖାଇ ଲୋକେ ଡାଲି କରନ୍ତି କୌଣସି କୌଣସି ସ୍ଥାନରେ ଓ ମଞ୍ଜିର ଛତୁଆ କରାଯାଏ ଦେଶୀମଟରର ସଂସ୍କୃତ - ନାମ— କଳାୟ, ମୁଣ୍ଡଚଣକ, ହରେଣୁ, ରେଣୁକ, ସଂଦିକ, ତ୍ରିପୁଟ, ଅତିବର୍ତ୍ତୁଳ, ଶମନ, ନୀଳକ, କଂଟୀ, ସତୀଳ, ସତୀନକ— ବୈଦ୍ୟକ ମତରେ ଏହା ମଧୂର, ସ୍ୱାଦିଷ୍ଟ, ଶୀତଳ, ପିତ୍ତ— ନାଶକ, ରୁଚିକର, ବାତକାରକ, ପୁଷ୍ଟିଜନକ, ମଳିନିଃସାରକ ଓ ରକ୍ତବୁଷ୍ଟି ନାଶକ—ହିନ୍ଦୀ - ଶ ]
ବୈଦେଶିକ - ବିଶେଷ୍ୟ - (ଇଂରାଜି ମୋଟର୍)
[ସମ୍ପାଦନା]ମଟରକାର୍ (ଦେଖ) - —Maṭarakār (See)