Jump to content

ମଟାଳ

ଉଇକିଅଭିଧାନ‌ରୁ

ମଟାଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ମୃତ୍ତିକା)

[ସମ୍ପାଦନା]

କର୍ଦ୍ଧମମୟ ବା ଚିକିଟା (ମାଟି) — Hard and clayey (Soil)

(ଉ— ସେଇଟା ଏକଚକିଆ ପନ୍ଦର ମାଣ ମଟାଳ ଜମି ଭାରି କଳିନ୍ଦି ଫକୀରମୋହନ. ଗଳ୍ପସ୍ୱଳ୍ପ)

ବିଶେଷ୍ୟ -

[ସମ୍ପାଦନା]
୧. ଚିକିଟା ମାଟି; ବିଶେଷ କର୍ଦ୍ଦମମୟ ଓ କଠିଣ ମାଟି —୧. Hard and clayey soil.

[ ଦ୍ର—ଏହାକୁ ଲୁହାଲହୁଣିଆ ମାଟି ମଧ୍ୟ କୁହାଯାଏ ବର୍ଷା ହେଲେ ଏ ମାଟି କର୍ଦ୍ଦମମୟ (ଲହୁଣି ପରି) ହୁଏ ଓ ଖରାହେଲେ ଲୁହାପରି ଭାରି ଟାଣ ହୋଇ ଖଣ୍ଡ ଖଣ୍ଡ ହୋଇ ଫାଟିଯାଏ ସାଧାରଣତଃ ତିନି ପ୍ରକାର ମଟାଳ ଜମି ଦେଖାଯାଏ, ଯଥା—୧ ବାଲିଆ ବା ବାଲିଆରା ବା ଦୋରସା ମଟାଳ; ଏହା ବାଲି ଓ କାଦୁଅ ମିଶ୍ରିତ ମାଟି—୨ ତେଲିଆ ମଟାଳ—ଏହା ଚିକ୍କଣ କର୍ଦ୍ଦମାକ୍ତ ମାଟି—୩ ରାହୁଆ ମଟାଳ ବା ଲୁହା ଲହୁଣିଆ ମଟାଳ; ଯାହା ଶୁଖିଗଲେ ଲୁହା ପରି ଟାଣ ହୁଏ ଓ ଓଦା ହେଲେ ଲହୁଣି ପରି କଅଁଳ ହୋଇଯାଏ ]

୨. ବିଳମ୍ୱ —୨. Delay.
୩. ମଟାଳିବା —୩. Putting off of the doing of a matter.