ମଠ
ମଠ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମଠ୍ ଧାତୁ+ଅଧିକରଣ ଅ; ଯେଉଁଠାରେ ବିଦ୍ୟାର୍ଥୀ— ମାନେ ବାସ କରନ୍ତି)
[ସମ୍ପାଦନା]- ୧. ବିଦ୍ୟାର୍ଥୀମାନଙ୍କ ଆଶ୍ରମ; ଟୋଲ —୧. A residential Sanscrit school.
- ୨. ବାସସ୍ଥାନ —୨. Residence.
- ୩. ଦେବସେବ ପ୍ରଭୃତି ନିମିତ୍ତ ସ୍ଥାପିତ ଓ ଜମି ବାଡ଼ି ଖଞ୍ଜା ଥିବା ଆଶ୍ରମ — ୩. A religious endowment.
[ ଦ୍ର—ଭିନ୍ନ ଭିନ୍ନ ସମ୍ପ୍ରଦାୟ ବା ପ୍ରତିଷ୍ଠାତାଙ୍କ ନାମ ଅନୁସାରେ ମଠର ନାମ ହୋଇଥାଏ, ଯଥା—ଗୌଡ଼ୀୟ ମଠ, ସନ୍ନ୍ୟାସୀ ମଠ, ଦଣ୍ତୀ ମଠ. ଶଙ୍କରାଚାର୍ଯ୍ୟ ମଠ, ରାମାନନ୍ଦୀମଠ, ନିର୍ବାଣୀ ମଠ. ତ୍ରଦଣ୍ଡୀ ମଠ, ରାମକୃଷ୍ଣ ମଠ ଇତ୍ୟାଦି ପୁରୀର ଅନେକ— ଗୁଡିଏ ମଠ ଅଛି ଓ ମଠଧାରୀମାନେ ଜଗନ୍ନାଥଙ୍କ ତଳେ ଖଞ୍ଜାଥିବା ଅମୃତମୁଣୋହି ସ୍ୱତ୍ୱ ଭୋଗ କରି ତହିଁର ଉତ୍ପନ୍ନ ଆୟରୁ ଜଗନ୍ନାଥଙ୍କ ଭୋଗ ମଠରଁଠାକୁରଙ୍କ ଓ ଅତିଥି ଅଭ୍ୟାଗତମାନଙ୍କ ସେବା, ସଂସ୍କୃତ ଶିକ୍ଷାର୍ଥୀମାନଙ୍କର ଉରଣ— ପୋଷଣ ଓ ଖଏରାତ ଆଦି କରନ୍ତି ପୁରୀରେ ଇମାରମଠ, ଉତ୍ତରପାର୍ଶ୍ୱ, ଦକ୍ଷିଣପାର୍ଶ୍ୱ, ଓଡ଼ିଆ, ପାପୁଡ଼ିଆ, ବଡ଼ସନ୍ଥ, ବ଼ଡ଼ଛତା, ଜଗନ୍ନାଛବଲ୍ଲଭ, ତ୍ରିମାଳୀ, ସାନଛତା, ରାମଜୀ, କଟକିଆ, ରାଧାକାନ୍ତମଠ ଆଦି ଅନେକଗୁଡ଼ିଏ ମଠ ପ୍ରଧାନ ଅଧିକାଂଶ ସ୍ଥଳରେ ମଠର ସମ୍ପତ୍ତି ଖଞ୍ଜିଥିବା ବ୍ୟକ୍ତିମାନଙ୍କ ଉଦ୍ଦିଷ୍ଟ କାର୍ଯ୍ୟରେ ବ୍ୟୟିତ ହେଉ ନ ଥିବାରୁ ସ୍ଥାନୀୟଲୋକେ ଅଭିଯୋଗ କରନ୍ତି ମଠର ପ୍ରଧାନ ବାବାଜୀଙ୍କୁ ମହନ୍ତ କହନ୍ତି; ମହନ୍ତମାନେ ସାଧାରଣଃ ଦାରପରିଗ୍ରହ କରନ୍ତି ନାହିଁ ଯେଉଁ ମଠର ମହନ୍ତ (ଅନ୍ତତଃ ଦୂରାଗତ ବ୍ୟକ୍ତିମାନେ ଦେଖିବା ଭଳି) କୁମାର ବ୍ରତ ଧାରଣ କରିବାକୁ ବାଧ୍ୟ ତାହାକୁ ନିହଙ୍ଗିମଠ ବୋଲାଯାଏ ପୁରୀର ଅଧିକାଂଶ ମଠ ନିହଙ୍ଗି ମଠ ଅଟେ ଯେଉଁ ମଠର ମହନ୍ତ ଗୃହସ୍ଥ ଅଟନ୍ତି ତାହାକୁ ଗୃହିମଠ ବୋଲାଯାଏ କଟକ ଜିଲ୍ଲାର ନେମ୍ୱାଳ ମଠ, ଫତଗଡ଼ ମଠ ଆଦି ଗୃହୀମଠ]
- ୪. ସନ୍ନ୍ୟାସୀ ଓ ସନ୍ନ୍ୟାସିନୀମାନଙ୍କ ଆଶ୍ରମ; ବାବାଜୀ ମାତାଜୀଙ୍କ ଆଖଡ଼ା — ୪. Math; hermitage of anchorites; a monastery.
- ୫. ମନ୍ଦିର; ଦେଉଳ; ଦେବସ୍ଥାନ — ୫. Temple.
- ୬. ଗନ୍ତ୍ରୀ; ରଥ; ଗାଡୢ (ପ୍ରକୃତିବାଦ) —୬. Cart.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମନ୍ଥର; ପ୍ରା. ମଟ୍ଠଅ)
[ସମ୍ପାଦନା]- ୧. ଡେରି; ବିଳମ୍ୱ —୧. Delay.
(ଉ—ନ କର ମଠ ବରମାଗ ହୋ ବହନ କୃଷ୍ଣସିଂହ. ମହାଭାରତ, ବନ)
- ୨. ବିଳମ୍ୱ କରିବା — ୨. Delaying.
ବିଶେଷଣ -
[ସମ୍ପାଦନା]ବିଳମ୍ୱିତ —Delayed.
(ଉ— ନାବ ଘେନି ନାବିକେ ଜଗତି ଉଠ, ପଥୁକିଙ୍କ ଗମନ ହୁଅଇ ମଠ ଦୀନକୃଷ୍ଣ .ଜଗମୋହନ)