Jump to content

ମଡେଇବା

ଉଇକିଅଭିଧାନ‌ରୁ

ମଡେଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ମାଡୢବା କ୍ରିୟାର ଣିଜନ୍ତ ରୂପ)

[ସମ୍ପାଦନା]

The causative form of Maṟḍ̠ibā)

୧. ଅନ୍ୟଦ୍ୱାରା ମାଡୢବା କ୍ରିୟା କରାଇବା; ଦଳାଇବା; ମଳାଇବା —୧. To cause to be trampled; to cause to be trodden.

(ଯଥା—ସେ ବଳଦଙ୍କଦ୍ୱାରା ଧାନ ମଡ଼ାଉଛି) ===

୨. ଅନ୍ୟଦ୍ୱାରା ଭୂମିରେ (ଜଳ) ବିସ୍ତୃତ କରାଇବା —୨. To cause (a land or place) to be irrigated.

(ଯଥା— ସେ ମୂଲିଆଙ୍କଦ୍ୱାରା କ୍ଷେତରେ ପାଣି ମଡ଼ାଉଛି)

୩. ଭୂମିରେ ଜଳ ସେଚନ କରିବା —୩. To irrigate a field.

(ଯଥା—ରାମ ପଧାନ ଆଖୁ କ୍ଷେତରେ ପାଣି ମଡ଼ାଉଛି)

୪. ଅନ୍ୟର ଜମିକୁ ଅଧି— କାର କରିବା —୪. To encroach on another's boundary or land.

(ଯଥା—ସେ ବାଡ଼କୁ ମୋ ଜମିରେ ହାତେ ମଡ଼ାଇ ଅଛନ୍ତି)

୫. ଦେହରେ କୁର୍ତ୍ତା ବା ଯୋତା ପିନ୍ଧିବା —୫. To put on a dress on the body.

(ଯଥା—ସେ ଚଢ଼ଉ ଯୋତା ମଡ଼େଇ କରି କଚେରିକୁ ବାହାରି ଅଛି) ===

୬. କୌଣସି ଦିଗକୁ ଗତି କରାଇବା —୬. To cause to take a course towards any direction.

(ଯଥା—ନଦୀର ପୂର୍ବ ପାଖରେ ବହୁତ ପାଣି ଅଛି, ପଶ୍ଚିମକୁ ମଡ଼େଇ କରି ନ ଗଲେ ଲୁଗା ଓଦା ହୋଇଯିବା) ===

୭. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତି ଉପରେ କୌଣସି ଦାୟିତ୍ୱ ପକାଇ ଦେବା ବା ଲଦି ଦେବା —୭. (Figurative) To lay a burden or responsibility on another.

(ଯଥା— ଜମିଦାର ବାକିଦାରଙ୍କ ଦେୟ ଖଜଣା ମୋ ଉପରେ ମଡ଼ାଇ ଦେଲେ)

୮. ଡଙ୍ଗାର ପଛମଙ୍ଗରେ ଥାଇ କାଚ ମାରି ଆଗ ମଙ୍ଗକୁ ବୁଲାଇଇ —୮. To turn or direct the front end of a boat by manipulating the pole at the hind part of it.
୯. କୌଣସି ବସ୍ତୁ ଉପରେ ଅନ୍ୟ କୌଣସି ବସ୍ତୁକୁ ଲଦି ଦେବା —୯. To put or a press thing on

ଅନୁବାଦ

[ସମ୍ପାଦନା]
another.

(ଯଥା—ବଙ୍କା ବାଉଁଶକୁ ନିଆଁରେ ଶେକ ଦେଇ ତା ଉପରେ ଗୋଟାଏ ପଥର ମଡ଼ାଇ କିଛିଦିନ ରଖି ଦେଲେ ତାହା ସିଧା ହୋଇ ଯାଏ) ===

୧. କୌଣସି ଲତାକୁ ବୃକ୍ଷ ବା ଚାଳ ବା ରଞ୍ଜା ଉପରେ ମାଡ଼ିବାର ଉପାୟ କରିବା — ୧୦. To cause a creep to creep over trellise.

(ଯଥା—ଲାଉ ଗଛକୁ ଗୁହାଳ ପିଢ଼ାରେ ମଡ଼ାଇଲେ ଭଲ ଫଳ ହୁଏ)

୧୧. (ମାଛ ଧରିବା ପାଇଁ ନଦୀ ବା ପୋଖରୀରେ ପୋଳୁହକୁ) ମାଡ଼ିବା —୧୧. To press (a fishing basket on the ground of a shallow tank or river to catch fish.)

(ଯଥା—ନଈରେ ମାଛ ଧରିବାକୁ ଲୋକେ ପୋଳୁହକୁ ମଡ଼ାଉ ଅଛନ୍ତି)

୧୨. ବଳଦଙ୍କୁ ଯୋଚି ଧାନକୁ ବେଙ୍ଗଳା ପକାଇବା — ୧୨. To have the paddy sheaves trodden by tethered bullocks.
୧୩. (ଲକ୍ଷଣାର୍ଥ) କୌଣସି କାର୍ଯ୍ୟ କରିବା ପାଇଁ କୌଣସି ବ୍ୟକ୍ତିକୁ ପ୍ରବର୍ତ୍ତାଇବା — ୧୩. To iniduce a person to do a thing.

(ଯଥା—ମୁଁ ତାକୁ ଏକାମ କରିବାକୁ ଯେତେ ମଡ଼ାଇଲି ସେ ମାଡ଼ିଲା ନାହିଁ)

୧୪. (କାନ୍ଥରେ କାଗଜ, ଟେବଲରେ କନା) ବିଛାଇବା —୧୪. To spread a layer [of cloth on a table].