ମଣିବା
ଦେଖଣା
ମଣିବା
ଉଚ୍ଚାରଣ
[ସମ୍ପାଦନା](ମଣାଇବା—ଣିଜନ୍ତ ରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମଣିବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ମନ ଧାତୁ)
[ସମ୍ପାଦନା]- ୧. ଜାଣିବା —୧. To know.
- ୨. ବୁଝିବା —୨. To understand.
- ୩. ବୋଧ କରିବା —୩. To feel.
(ଉ— ଲୁଣି ମଣିଲିଣି ମଧୁ ଝରକୁ କବିସୂର୍ଯ୍ୟ. ସଙ୍ଗୀତ )
- ୪. ବିଚାର କରିବା —୪. To think; to regard.
(ଉ—ପର ମଣିତ ରମଣି ! ଦେଲୁ କରମଣି ଛାଡ଼ିରେ କବିସୂର୍ଯ୍ୟ. ସଙ୍ଗୀତ )
- ୫. ବିଶ୍ୱାସ କରିବା — ୫. To believe.
- ୬. ସ୍ୱୀକୃତ ହୋବା; ମଙ୍ଗିବା — ୬. To agree; to acquiesce.
୭ : ମୁକାବିଲା କରିବା; ପରୀକ୍ଷା କରିବା —୭ . To cheak; to compare.
- ୮. କୌଣସି ନୂତନ ସ୍ଥାନକୁ ବା ବ୍ୟକ୍ତିକୁ ବା ଅବସ୍ଥାକୁ ଆଦରି ଯିବା ବା ରାଜି ହୋଇଯିବା — ୮. To become used or reconciled to a new place, position, work or person.
- ୯. ଅନୁମୋଦନ କରିବା —୯. To infer.
(ଉ—ବିବାଦ ରଚି ତେମନ୍ତ, ସସୈନ୍ୟ ହୋଇ ଭରତ, ଗମନ କରିବା ପ୍ରାୟେ ମଣେ ଭଞ୍ଜ. ବୈଦେହୀଶ ବିଳାସ)
- ୧. ସୁଖ ପାଇବା; ଭଲ ପାଇବା —୧୦. To like; to love.
(ଉ—କୋଇଲି ଲୋ ! ଘର ମୋର ନ ମଣନ୍ତି ନନ୍ଦ ମାରକଣ୍ଡ କୋଇଲି )