ମଣି କର୍ଣ୍ଣିକା
ମଣି କର୍ଣ୍ଣିକା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ମଣି+କର୍ଣ୍ଣିକା=ବର୍ଣ୍ଣଭୂଷଣ)
[ସମ୍ପାଦନା]- ୧. ମଣିମୟ କର୍ଣ୍ଣଭୂଷଣ —୧. An earring set with gems.
- ୨. କାଶୀସ୍ଥ ତୀର୍ଥସ୍ଥାନ ଓ ଗଙ୍ଗା ନଦୀର ଗୋଟିଏ ଘାଟ —୨. Name of a sacred place and bathing ghat of the Ganges in Kāsī (Benares)
[ଦ୍ରଷ୍ଟବ୍ୟ —ଏହି ସ୍ଥାନରେ ଶିବଙ୍କ ମଣିମୟ କର୍ଣ୍ଣଭୂଷଣ ଖସି ପଡ଼ିଥିବାରୁ ଏହି ନାମକରଣ ହୋଇଅଛି କାଶୀଖଣ୍ଡରେ ବର୍ଣ୍ଣିତ ହୋଇଅଛି ଯେ ଚିନ୍ତାମଣି ମହାଦେବ ଏହି ସ୍ଥାନରେ ମୂମୁର୍ଷୂ ସାଧୁପୁରୁଷ— ମାନଙ୍କ କର୍ଣ୍ଣରେ ତାରକ ବ୍ରହ୍ମନାମ ଦେଇ ସେମାନଙ୍କୁ ଉଦ୍ଧାର କରନ୍ତି ବୋଲି ଏହିପରି ନାମକରଣ ହୋଇଅଛି ଏହି ତୀର୍ଥ ବିଷ୍ଣୁଙ୍କ ସୁଦର୍ଶନ ଚକ୍ରଦ୍ୱାରା ନିଖାତ ହୋଇ ଥିବାରୁ ଚକ୍ର ପୁଷ୍କରିଣୀ ନାମରେ ଖ୍ୟାତ ଏଠାରେ ମଣିକର୍ଣ୍ଣିକେଶ୍ୱର ଶିବମନ୍ଦିର ଓ ବିଷ୍ଣୁଙ୍କ ପାଦୁକା ଅଛି ଏହି ମଣିକର୍ଣ୍ଣିକା ଘାଟ ହିନ୍ଦୁମାନଙ୍କର ଗୋଟିଏ ପ୍ରଧାନ ତୀର୍ଥ ଏଠାରେ ଥିବା ଶ୍ମଶାନର ଅଗ୍ନି ପ୍ରାୟ ଲିଭେ ନାହିଁ; ଏହି ଶ୍ମଶାନରେ ଦାହ ହେବା ନିମନ୍ତେ ୪/୫: କ୍ରୋଶ ଦୂରରୁ ଲୋକେ ଶବମାନ ଏଠାକୁ ବହି ଆଣନ୍ତି; ଦିବା ରାତ୍ରି ଶବବାହୀ ଲୋକଙ୍କର ସ୍ରୋତ ଏଠାରେ ଲାଗିଥାଏ କାଶୀରେ ମୃତ ହୋଇ ଏହି ଘଟରେ ମୃତ ବ୍ୟକ୍ତିର ଶବ ଦାହ ହେଲେ ମୁକ୍ତିଲାଭ ହୁଏ, ଏହି ବିଶ୍ୱାସରେ ବହୁଶତ ହିନ୍ଦୁ ମୃତ୍ୟୁର ପ୍ରତୀକ୍ଷାରେ ଏହି ତୀର୍ଥ ନିକଟରେ କାଶୀବାସ କରନ୍ତି ମୃତ୍ୟୁ ପୂର୍ବରୁ ମଧ୍ୟ ଅନେକ ମୂମୂର୍ଷୂ ବ୍ୟକ୍ତିଙ୍କୁ ଏଠାକୁ ଅଣା ଯାଇଥାଏ ଏହି ଘାଟକୁ ଯେଉଁ ରାସ୍ତା ଦେଇ ଯିବାକୁ ହୁଏ, ସେହି ରାସ୍ତା ପ୍ରାୟ ଦିବାରାତ୍ର ଶବ— ବାହୀମାନଙ୍କର 'ରାମ ନାମ ସତ୍ୟ ହେ' ଧ୍ୱନିରେ ମୁଖରିତ ହେଉଥାଏ ଏହି ଶ୍ମଶାନ ଉପର୍ଯ୍ୟୁପରି ତଳ(ମହଲ) ଯୁକ୍ତ ହୋଇ ଏପରି ନିର୍ମିତ ହୋଇ ଅଛି ଯେ, ଗଙ୍ଗା ନଦୀର ଜଳ ବଢ଼ିଗଲେ କିମ୍ୱା କମିଲେ ସେହି ଜଳକୁ ଲାଗିଥିବା ମହଲାରେ ଶବଦାହ କରାଯାଏ ଓ ଶବଦାହ ପରେ ଚିତା— ଭସ୍ମୁ ଗଙ୍ଗାଜଳଦ୍ୱାରା ଧୌତ ରି ସେ ସ୍ଥାନ ପରିଷ୍କୃତ କରାଯାଇ ସେହି ସ୍ଥାନରେ ଅନ୍ୟ ଶବଦାହ କରାଯାଏ ଏହି ଘାଟରେ ସ୍ନାନ କରି ପିତୃଲୋକଙ୍କୁ ପିଣ୍ଡ ଦେବା଼ ନିମନ୍ତେ ପ୍ରତ୍ୟହ ଲକ୍ଷ ଲକ୍ଷ ଯାତ୍ରୀ ଏଠାରେ ରୁଣ୍ଡ ହୁଅନ୍ତି]